ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ଥାନା ବନ୍ଧପାଲି ଅନ୍ତର୍ଗତ ସତ୍ୟବାଦୀ ରାଇସମିଲ୍ରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ବରପାଲି ଥାନା ଅନ୍ତର୍ଗତ ଝୁଲପିଆପାଳି ଗ୍ରାମର ମୋହନ ବିଶି (୩୪)ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଗତକାଲି ମଧ୍ୟ ମିଲ୍କୁ କାମକରିବାକୁ ଆସିଥିଲେ ମୋହନ ବିଶି। କାର୍ଯ୍ୟ କରୁଥିବା ସମୟରେ ଅଚାନକ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମିଲ୍ ମାଲିକ ଓ କର୍ମଚାରୀ ତୁରନ୍ତ ଗାଡ଼ି ଯୋଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଁଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଆଜି ଶବ ବ୍ଯବଚ୍ଛେଦ ପାଇଁ ପଠାଇବ ବୋଲି ପୋଲିସ ସୂଚନା ଦେଇଛି।
Comments are closed.