ସୁନ୍ଦରଗଡ: କେହି ଦୁର୍ବୃତ୍ତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି । ଏପରକି ସରକାରୀ କାମ ହାସଲ କରିବା ଲାଗି ଲୋକଙ୍କ ଠାରୁ ଲାଞ୍ଚ ମଧ୍ୟ ମଗାଯାଉଛି ।
ଆହୁରି ମଧ୍ୟ ଏଭଳି କଥାରେ ନପଡିବା ପାଇଁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିବା ସହ ନିଜ ଫେସବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ।
“କେହି ବ୍ୟକ୍ତି ମୋ ନାମରେ ନକଲି ଫେସବୁକ ପ୍ରୋଫାଇଲ୍ ଖୋଲି ଏହାର ଦୁରୂପଯୋଗ କରୁଛନ୍ତି । ଏପରିକି ସରକାରୀ କାମ କରାଇଦେବା କହି ପ୍ରତିବଦଳରେ ଲୋକଙ୍କଠାରୁ ଲାଞ୍ଚ ଦାବି କରୁଛନ୍ତି । ତେଣୁକରି ମୋର ସୁନ୍ଦରଗଡ, ରାଉରକେଲା ତଥା ଅନ୍ୟ ସମସ୍ତ ଲୋକଙ୍କୁ ଏତିକି ଅନୁରୋଧ ଯେ, ସେମାନେ ଏଭଳି କଥାରେ ପଡନ୍ତୁ ନାହିଁ, ମୁଁ କେବେ ଏମିତି କରିନି କି କେବେ କରିବି ନାହିଁ । ଲାଞ୍ଚ ମାଗିବା ମୋର ଅନ୍ତରାତ୍ମାର ବିରୋଧ” ବୋଲି ଉକ୍ତ ପୋଷ୍ଟରେ ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି ।