Latest Odisha News

BREAKING NEWS

ଚାଉଳ ହଡ଼ପ ମାମଲାରେ ଜେଲ୍ ଗଲେ ଅବସରପ୍ରାପ୍ତ କନିଷ୍ଠ କିରାଣି

କଟକ: ସମ୍ବଲପୁର ଜିଲ୍ଲା ଯୁଯୁମୁରା ସିଡିପିଓ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣି ଲୋକନାଥ ପଣ୍ଡାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି । ଆଇସିଡିଏସ୍‌ ଯୋଜନାର ଚାଉଳ ହଡ଼ପ ମାମଲାରେ ତାଙ୍କୁ ଏହି ଜେଲ୍‌ଦଣ୍ଡାଦେଶ ହୋଇଛି । ଏଥିସହ ତାଙ୍କ ଉପରେ ଜରିମାନା ଲଗାଇଛନ୍ତି ମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ସୂଚନା ଅନୁସାରେ, ସରକାରୀ ରେକର୍ଡରେ ଜାଲିଆତି କରିଥିଲେ । ଆଇସିଡିଏସ୍‌ ଅଧୀନରେ ଚାଲିଥିବା ସପ୍ଲିମେଣ୍ଟାରି ନ୍ୟୁଟ୍ରିସନ୍‌ ପ୍ରୋଗ୍ରାମ ପାଇଁ ଉଦ୍ଦିଷ୍ଟ ୮୭୨.୩୬ କ୍ୱିଣ୍ଟାଲ ଚାଉଳ ହଡ଼ପ କରିଥିଲେ ଲୋକନାଥ । ତାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨) ସହ ୧୩(୧)(c)(d) ଏବଂ ଆଇପିସିର ଧାରା ୪୦୯ ଅନୁଯାୟୀ ଚାର୍ଜସିଟ୍‌ ଦାଖଲ ହୋଇଥିଲା ।

ଏହି ମାମଲାର ବିଚାର କରି ଲୋକନାଥ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ କଠୋର କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ।

Leave A Reply

Your email address will not be published.