Latest Odisha News

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ମଇଳା ପାଣି ଢାଳିଲେ ସାଂସଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସାଂସଦ ସ୍ୱାତୀ ମାଲିୱାଲ ଶନିବାର ଦ୍ୱାରକା ଯାଇଥିଲେ। ସେଠାରେ ଲୋକଙ୍କୁ ମଇଳା ପାଣି ଯୋଗାଇ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ସ୍ୱାତୀ ସେଠାରୁ ମଇଳା ପାଣି ନେଇ ମୁଖ୍ୟମନ୍ତ୍ରୀ ଅତିଷୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ସେଠାରେ ମଇଳା ପାଣି ଦେଖାଇ ବିରୋଧ କରିବା ସହ ମଇଳା ପାଣି ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଫିଙ୍ଗିଥିଲେ। ଏଥିସହ ସେ ଏହାକୁ ବିରୋଧ କରି କହିଛନ୍ତି ଯେ ଲୋକଙ୍କୁ ପିଇବା ପାଇଁ ଏଭଳି ମଇଳା ପାଣି ଯୋଗାଇ ଦିଆଯାଉଛି।

ସ୍ବାତୀ କହିଛନ୍ତି ଯେ ସାଗରପୁର ଏବଂ ଦ୍ୱାରକାର ଲୋକମାନେ ଏନେଇ ମୋ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳର ଅବସ୍ଥା ଅତ୍ୟନ୍ତ ଖରାପ। ମୁଁ ଏକ ଘରକୁ ଯାଇ ଦେଖିଲି ସେଠାରେ କଳା ଜଳ ଯୋଗାଣ ହେଉଛି। ମୁଁ ସେହି ପାଣିକୁ ଏକ ବୋତଲରେ ଭର୍ତ୍ତି କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆଣିଥିଲି। ଦିଲ୍ଲୀର ଲୋକମାନେ ଏପରି ପାଣି ପିଇବେ କି ବୋଲି ସେ ପ୍ରଶ୍ନ କରିଛନ୍ତି?

Comments are closed.