Latest Odisha News

BREAKING NEWS

ଆଜିଠୁ ଆରମ୍ଭ ‘ସ୍ଵୟମ’ ଆବେଦନ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷଣା କରାଯାଇଥିବା ‘ସ୍ଵୟମ’ ଯୋଜନା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି। ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନକାରୀ ଆବେଦନ କରିପାରିବେ। ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି । ୧୮ରୁ ୩୫ ବର୍ଷର ଯୁବକଯୁବତୀ ଏହି ଋଣ ପାଇଁ ଆବେଦନ କରିପାରିବେ । ସହରାଞ୍ଚଳର ଆବେଦନକାରୀ ଋଣ ଦରଖାସ୍ତ ବିଜ୍ଞପିତ ଅଞ୍ଚଳ ପରିଷଦ ବା ପୌର ପରିଷଦ ବା ମହାନଗର ନିଗମ କାର୍ଯ୍ୟାଳୟରେ ଦାଖଲ କରିପାରିବେ । କେଉଁ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଛନ୍ତି ତାହା ଆବେଦନରେ ଦର୍ଶାଇବାକୁ ପଡିବ । ଏଥିରେ ବଡ଼ କଥା ହେଉଛି ଯେ ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ ।

ରାଜ୍ୟ ସରକାରଙ୍କ ଅନ୍ୟ ଯୋଜନା ତଥା କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ଏହି ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ ପରିବାର ଏଥିରେ ଲାଭବାନ ହେବେ। କିଛି ଦିନ ତଳେ ଏହି ଯୋଜନାକୁ ଘୋଷଣା କରିଥିଲେ ରାଜ୍ୟ ସରକାର।

Leave A Reply

Your email address will not be published.