Latest Odisha News

BREAKING NEWS

ଦୁଇଟି ପୃଥକ ସ୍ଥାନରେ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର/ଭଦ୍ରକ: ରାଜ୍ୟର ଏବେ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ପରୀକ୍ଷା ଚାଲିଛି । ଏହାରି ଭିତରେ ଦୁଇଟି ଜିଲ୍ଲା ଭଦ୍ରକ ଓ ଗଞ୍ଜାମରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ଯୁକ୍ତ ଦୁଇ ଛାତ୍ର ଓ ଅନ୍ୟ ଜଣେ ମ୍ୟାଟ୍ରିକ ଛାତ୍ର ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଦେଖିବାକୁ ମିଳିଛି ।

BjdElectrycity

ସୂଚନା ମୁତାବକ, ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ ଦେବାଶିଷ ସେଠୀ । ସେ ଗତକାଲି ଫିଜିକ୍ସ ପରୀକ୍ଷା ଦେଇ ଘରକୁ ଫେରି ପରିବାର ଲୋକଙ୍କ ସହ ଭଲରେ କଥାବାର୍ତ୍ତା କରି ଖାଇଥିଲେ । ଶୋଇବାପାଇଁ ନିଜ ରୁମ୍ କୁ ଯାଇଥିଲେ । ହେଲେ ଆଉ ବାହାରକୁ ବାହାରିନଥିଲେ ।

ସନ୍ଧ୍ୟାରେ ପରିବାର ଲୋକେ ତାଙ୍କୁ ଡାକିବାରୁ ସେ କବାଟ ଖୋଲିନଥିଲେ । ଶେଷରେ ତାଙ୍କ କବାଟ ଭାଙ୍ଗି ଦେଖିବାବେଳକୁ ଝୁଲନ୍ତା ଅବସ୍ତାରେ ଦେବାଶିଷଙ୍କୁ ପାଇଥିଲେ ପରିବାର ଲୋକେ । ଏହାପରେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କେଉଁ କାରଣରୁ ଦେବାଶିଷ ଏପରି ପଦକ୍ଷେପ ନେଲେ ତାହା ଏଯାବତ୍ ଜଣାପଡିନାହିଁ । ଘଟଣାର ଖବରପାଇ ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ସମସ୍ତ ସ୍ପଷ୍ଟ ହେବ ।

ଅନ୍ୟପଟେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଜାହାଙ୍ଗିର ଶାସନ ଗାଁରେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତକ ଛାତ୍ର ଜଣକ ଅଭିଷେକ ପଣ୍ଡା । ଅଭିଷେକଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ଉଦଳା ସ୍ଥିତ ରାଢ଼ ଗ୍ରାମରେ ହୋଇଥିବାବେଳେ, ସେ ତାଙ୍କ ମାଉସୀଙ୍କ ଘରେ ରହି ପଢୁଥିଲେ ।

ହେଲେ ଆଜି ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ଦିନ ଥିବାବେଳେ, ପରୀକ୍ଷା ଦେବାକୁ ଯିବା ପୂର୍ବରୁ ହିଁ ସକାଳୁ ସକାଳୁ ଶାଢୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସେ ସାହିତ୍ୟ ପରୀକ୍ଷା ଥିବାବେଳେ, ଆଜି ଇଂରାଜୀ ପରୀକ୍ଷା ହେବାର ଥିଲା ।

ତେବେ ପରୀକ୍ଷା ଦେବାକୁ ଯିବାପାଇଁ ଘର ଲୋକେ କବାଟ ବାଡେଇଥିଲେ ହେଲେ ଅଭିଷେକ କବାଟ ଖୋଲି ନଥିଲେ । ପରେ କବାଟ ତାଡି ଦେଖିବାବେଳକୁ, ଘର ଭିତରୁ ଝୁଲନ୍ତା ମୃତଦେହ ଦେଖିଥିଲେ । ଏହାପରେ ଘର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଠ ହୋଇନଥିବା ବେଳେ ପରୀକ୍ଷା ଚାପରେ ଅଭିଷେକ ପଣ୍ଡା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.