Latest Odisha News

BREAKING NEWS

ଇ-ମେଲ୍ ଦେଇ ୩୮୦ କର୍ମଚାରୀ ଛଟେଇ କଲା ସ୍ୱିଗୀ: ଚାକିରିରୁ ବିଦା କରି କହିଲା ସରି

ବେଙ୍ଗାଲୁରୁ: ଅନ୍‌ଲାଇନ ଖାଦ୍ୟ ଯୋଗାଣ କମ୍ପାନୀ ସ୍ୱିଗୀ ଭାରତରେ କର୍ମଚାରି ଛଟେଇ ଆରମ୍ଭ କରିଛି। ୩୮୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ମେଲ୍ ଦେଇ ଛଟେଇ କର୍ମାଚାରୀଙ୍କୁ ଛଟେଇ କରିବା ସହ ଏପରି ସ୍ଥିତି ପାଇଁ କ୍ଷମା ମାଗିନେଇଛି। ଚାକିରି ଛଟେଇର ଅନେକ କାରଣ ଦର୍ଶାଇଛନ୍ତି ସ୍ୱିଗୀ ସିଇଓ ଶ୍ରୀହର୍ଷ ମାଜେଟି।  ଆର୍ଥିକ ସ୍ଥିତିକୁ ଦେଖି କର୍ମଚାରୀ ସଂଖ୍ୟା କମାଇବା କମ୍ପାନୀ ନିଷ୍ପତ୍ତି ନେଇଥିବା ମାଜେଟି କହିଛନ୍ତି।

ଏନେଇ କର୍ମଚାରୀଙ୍କୁ ମେଲ୍ ଦେଇ ଲେଖିଛନ୍ତି “ ପୁନରଗଠନ ପ୍ରକ୍ରିୟା ଭାବରେ କମ୍ପାନୀର କର୍ମଚାରୀ ସଂଖ୍ୟା ହ୍ରାସ କରିବା ଭଳି କଷ୍ଟକର ନିଷ୍ପତ୍ତି ନେଇଛୁ। ଏଥିରେ ୩୮୦ ପ୍ରତିଭାଶାଳୀ କର୍ମଚାରୀଙ୍କୁ ଆମେ ବିଦାୟ ଦେବୁ। ସବୁ ବିକଳ୍ପ ବିଷୟରେ ଚିନ୍ତା କରି ସାରିବା ପରେ ଏପରି ଅତି କଷ୍ଟ ଦେଲା ଭଳି ନିଷ୍ପତ୍ତି ନେଇଛୁ। ଆପଣାମାନେ ଯେଉଁମାନେ ଏଭଳି ସ୍ଥିତିର ସାମ୍ନା କରୁଛନ୍ତି ସେମାନଙ୍କ ପାଇଁ ମୁଁ ମର୍ମାହତ।”

କାହିଁକି ଛଟେଇ କଲା ସ୍ୱିଗୀ ?

ଚାକିରି ଛଟେଇ କରିବାର ମୁଖ୍ୟ କାରଣ ଯାହା ସ୍ୱିଗୀ ଦର୍ଶାଇଛି ତାହା ହେଲା କମ୍ପାନୀର ଆୟରେ ହ୍ରାସ। ସ୍ୱିଗୀର ଫୁଡ୍ ଡେଲିଭର ହ୍ରାସ ହେବାରୁ ଆୟ କମିଛି। ଫଳରେ କମ୍ପାନୀର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ଏହା ଛଡ଼ା ଅଧିକ ନିଯୁକ୍ତି ବି କମ୍ପାନୀର ଅଭିବୃଦ୍ଧିରେ ବଧା ସୃଷ୍ଟି କରିଥିଲା ବୋଲି ସଇଓ ଦର୍ଶାଇଛନ୍ତି।

Leave A Reply

Your email address will not be published.