Latest Odisha News

BREAKING NEWS

ବ୍ରହ୍ମପୁରରେ ସ୍ୱାଇନ୍ ଫ୍ଲୁ ଭୟ, ୮ ଦିନରେ ମଲେଣି ଏକାଧିକ ଘୁଷୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୮ ଦିନ ମଧ୍ୟରେ ସଂଖ୍ୟାଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ସ୍ୱାଇନ୍ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ସହରର ବିଭିନ୍ନ ଡମ୍ପିଂ ୟାର୍ଡ ଓ ଖୋଲା ଡ୍ରେନରୁ ମହାନଗର ନିଗମ ଏକାଧିକ ମୃତ ଘୁଷୁରୀଙ୍କ ଶରୀର ଉଦ୍ଧାର କରିଛି । ଗୁରୁବାର ମଧ୍ୟ ମହାନଗର ନିଗମ ମଧ୍ୟ ୪ଟି ଘୁଷୁରୀର ମୃତଦେହ ଅଲଗା ଅଲଗା ୱାର୍ଡରୁ ଉଦ୍ଧାର କରିଛି ।

ତେବେ, ଗୋଟିଏ ଥରରେ ଏକାଧିକ ଘୁଷୁରୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି । ଇନଫ୍ଲୁଏଞ୍ଜା ଭୂତାଣୁ ଦ୍ୱାରା ଦ୍ୱାରା ଘୁଷୁରୀଙ୍କ ଠାରେ ବ୍ୟାପିଥାଏ । ସାଧାରଣତଃ ଏହି ଭୂତାଣୁ ମଣିଷକୁ ଆଟାକ୍ କରୁନଥିଲେ ମଧ୍ୟ କେତେକ କ୍ଷେତ୍ରରେ ମଣିଷ ଠାରେ ସଂକ୍ରମଣ ଦେଖାଯାଇଛି ।

ସ୍ୱାଇନ୍ ଫ୍ଲୁ ହେଲେ ଘୁଷୁରୀ ଠାରେ ଜର ଲାଗି ରହିବା ସହ ମାନସିକ ଅବସାଦ, କାସ, ନାକ ଓ ଆଖିରୁ ପାଣି ବୋହିବା, ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା, ଆଖି ଜଳାପୋଡ଼ା ସମସ୍ୟା ଦେଖାଦିଏ ।

Leave A Reply

Your email address will not be published.