Latest Odisha News

ବିଶ୍ୱ କର୍କଟ ଦିବସ: ଜାଣନ୍ତୁ ଶିଶୁଙ୍କ ଠାରେ କ୍ୟାନସରର ଲକ୍ଷଣ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବିଶ୍ୱରେ କ୍ୟାନସର ମାମଲାରେ ଭାରତର ସ୍ଥାନ ତୃତୀୟ । ଚୀନ ଓ ଆମେରିକା ପରେ ଭାରତରେ ସର୍ବାଧିକ କ୍ୟାନସର ମାମଲା ଦେଖିବାକୁ ମିଳେ । ସାରା ବିଶ୍ୱରେ ପାଖାପାଖି ୯୬ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଉଛି କ୍ୟାନସର । ଏଥିରୁ ୭୦% ମୃତ୍ୟୁ ନିମ୍ନ ଓ ମଧ୍ୟମ ଆୟ ଥିବା ଦେଶରେ ହୁଏ । ଭାରତରେ ପ୍ରତିବର୍ଷ ୧ଲକ୍ଷରୁ ଅଧିକ ନୂଆ କ୍ୟାନସର ମାମଲା ସାମନାକୁ ଆସିଥାଏ । ଇଣ୍ଡିଆ ଟୁଡେର ଏକ ରିପୋର୍ଟ ମୁତାବକ ଭାରତରେ ପ୍ରତି ୮ ମିନିଟରେ ଜଣେ ମହିଳାଙ୍କ ମୃତ୍ୟୁ ସର୍ଭାଇକଲ କ୍ୟାନସର ଯୋଗୁଁ ହୋଇଥାଏ ।

ନ୍ୟୁରୋବ୍ଲାଷ୍ଟୋମା କ୍ୟାନସର ସର୍ବାଧିକ ନବଜାତ ଶିଶୁଙ୍କୁ ହୋଇଥାଏ । ଏହା କମ୍ ବୟସର ଶିଶୁଙ୍କ ଠାରେ ଅବିକଶିତ ସ୍ନାୟୁକୋଷ ଦ୍ୱାରା ଆରମ୍ଭ ହୋଇଥାଏ । ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଏହି ରୋଗ ଅଧିକ ହୋଇଥାଏ । ଏହାର ଲକ୍ଷଣ ହେଉଛି ଚାଲିବାବେଳେ ସନ୍ତୁଳନ ବିଗିଡିବା, ଆଖିରେ ପରିବର୍ତ୍ତନ ଆସିବା, ଶରୀରର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ।

Leave A Reply

Your email address will not be published.