ଆବୁଧାବି: ଟି୨୦ ବିଶ୍ୱକପ୍ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି ।
ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଦଳରେ ଯୁବା କ୍ରିକେଟରଙ୍କୁ ସୁଯୋଗ ଦେବାକୁ ଯାଇ ଅଜଗର କିଛି ଏପରି ନିଷ୍ପତ୍ତି ନେଇଛନ୍ତି ।
Afghanistan’s ex captain Asghar Afghan who holds the highest winning streak as a captain in T20 internationals surpassing Indian legend Ms Dhoni by one extra win, decides to bid farewell with all formats of cricket in Afghanistan’s third match against Namibia at @T20WorldCup.
1/1 pic.twitter.com/4nxfeoctjj— Afghanistan Cricket Board (@ACBofficials) October 30, 2021
ଅଜଗର ୬ ବର୍ଷ ଧରି ତିନୋଟି ଫର୍ମାଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଇଥିଲେ । ୨୦୧୯ ବିଶ୍ୱକପ ପୂର୍ବରୁ ତାଙ୍କୁ ଦଳର ଅଧିନାୟକତ୍ୱ ପଦରୁ ହଟାଯାଇଥିଲା । ତେବେ ପରେ ସେ ପୁଣିଥରେ ଅଧିନାୟକ ସାଜିଥିଲେ ହେଁ ଜିମ୍ବାୱେ ବିରୋଧରେ ଦଳର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକ ଦୌଡରୁ ବାଦ୍ ପଡିଥିଲେ ।
@ACBofficials welcomes and respects his decision, expresses gratitudes for his services to the country. It will take a lot of hard work for young Afghan cricketers to fill his shoes.
1/2— Afghanistan Cricket Board (@ACBofficials) October 30, 2021
୧୨ ବର୍ଷର କ୍ୟାରିଅର ଭିତରେ ଅଜଗର ୬ଟି ଟେଷ୍ଟ, ୧୧୪ଟି ଦିନିକିଆ ଓ ୭୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ମାତ୍ର ୪୪୦ ରନ୍ କରିଥିବା ଅଜଗର ଦିନିକିଆରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ସମୁଦାୟ ୨୪୨୪ ରନ ସଂଗ୍ରହ କରିଥିଲେ । ସେହିଭଳି ଚଳିତବର୍ଷ ବିଶ୍ୱକପରେ ପାକିସ୍ତାନ ବିରୋଧରେ ତାଙ୍କର ସର୍ବାଧିକ ସ୍କୋର ୧୦ ରହିଛି ।
Comments are closed.