Latest Odisha News

ଟି୨୦ ବିଶ୍ୱକପ କ୍ରିକେଟ: ଶୀର୍ଷଙ୍କ ସୂଚୀ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୨ର ପୂର୍ଣ୍ଣଛେଦ ପଡିଛି । ପାକିସ୍ତାନକୁ ୫ ୱିକେଟରେ ହରାଇ ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଇଂଲଣ୍ଡ ପୂର୍ବରୁ ୨୦୧୦ରେ ଟାଇଟଲ ହାସଲ କରିଥିଲା । ଆସନ୍ତୁ ନଜର ପକାଇବେ ଏହି ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କ ଉପରେ.. ।
ସର୍ବାଧିକ ରନ: ଭାରତର ବିରାଟ କୋହଲି ୯୮.୬୬ ଆଭରେଜରେ ୨୯୬ ରନ କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏଥିରେ ୪ ଅର୍ଦ୍ଧଶତକ ସାମିଲ । ନେଦରଲାଣ୍ଡର ମ୍ୟାକ୍ସ ଓ ଡଡଙ୍କ ନିକଟରୁ ସେ ୫୪ ରନ ଆଗରେ ରହିଛନ୍ତି ।

ସର୍ବାଧିକ ୱିକେଟ: ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ୧୫ ୱିକେଟ ସହ ସର୍ବାଧିକ ୱିକେଟ ହାସଲକାରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ସାମ କରନ ୧୩ ୱିକେଟ ସହ ତାଙ୍କ ପଛକୁ ରହିଛନ୍ତି ।
ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସ୍କୋର: ଚଳିତ ସଂସ୍କରରରେ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ରାଇଲ ରୁଶୋ ସର୍ବାଧିକ ବ୍ୟକ୍ତିଗତ ୧୦୯ ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ଗ୍ଲେନ ଫିଲିପ୍ସ (୧୦୪) ରହିଛନ୍ତି ।
ସର୍ବାଧିକ ଛକା: ଏଥର ବିଶ୍ୱକପରେ ସର୍ବାଧିକ ଛକା ଜିମ୍ବାୱେର ସିକନ୍ଦର ରାଜା(୧୧) ମାରିଛନ୍ତି । ତାଙ୍କ ପଛକୁ କୁଶଳ ମେଣ୍ଡିସ ଓ ଆଲେକ୍ସ ହେଲ୍ସ ରହିଛନ୍ତି । ସେମାନେ ୧୦ଟି ଲେଖାଁଏ ଛକା ମାରିଛନ୍ତି ।
ସର୍ବାଧିକ କ୍ୟାଚ: ଶ୍ରୀଲଙ୍କାର ଦାସୁନ ଶନାକା ସର୍ବାଧିକ ୯ କ୍ୟାଚ ନେଇଛନ୍ତି । ତାଙ୍କ ପଛକୁ ଆୟର୍ଲାଣ୍ଡର ମାର୍କ ଅଡେୟର ରହିଛନ୍ତି । ସେ ୭ କ୍ୟାଚ ନେଇଛନ୍ତି ।
ସବୁଠାରୁ ଦ୍ରୁତ ବୋଲିଂ: ଟି୨୦ ବିଶ୍ୱକପରେ ଏଥର ଇଂଲଣ୍ଡର ମାର୍କ ଉଡ ସର୍ବାଧିକ ୧୫୪.୪ କିଲୋମିଟର ପ୍ରତି ଘଂଟାରେ ବୋଲିଂ କରିଛନ୍ତି । ତାଙ୍କ ପଛକୁ ଏନରିକ ନୋର୍ତେଜ (୧୫୩.୪)ରହିଛନ୍ତି ।

Leave A Reply

Your email address will not be published.