ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆସନ୍ତା ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ତାପୂର୍ବରୁ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ୨୦ ତାରିଖରେ ଦ୍ୱିତୀୟ ଓ୍ୱାର୍ମଅପରେ ଅଷ୍ଟ୍ରେଲିଆକୁ ଭେଟିବ । ଏହି ଦୁଇଟି ମୁକିବାଲରେ ୩ ଜଣ ଖେଳାଳିଙ୍କ ଉପରେ ନଜର ରହିବ । ସେମାନଙ୍କ ପ୍ରଦର୍ଶନ ଆଧାରରେ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିବ । ୨୦୦୭ର ଚାମ୍ପିଅନ୍ ଭାରତ ଏଥର ଦ୍ୱିତୀୟ ଥର ବିଜେତା ଲକ୍ଷ୍ୟରେ ରହିଛି ।
ଭୁବନେଶ୍ୱର କୁମାର

ଆହତ ଓ ଖରାପ ଫର୍ମ କାରଣରୁ ଦଳରୁବାଦ ପଡ଼ିଥିଲେ ଭୁବନେଶ୍ୱର କୁମାର । ଶ୍ରୀଲଙ୍କା ବିପକ୍ଷରେ ଭଲ ପ୍ରଦର୍ଶନ ପରେ ତାଙ୍କୁ ଟି-ଟ୍ୱେଣ୍ଟି ଦଳରେ ସାମିଲ କରାଯାଇଛି । ଅଭିଜ୍ଞ ଭୁବନେଶ୍ୱର କୁମାର । ଦୁଇଟିଯାକ ଓ୍ୱାର୍ମଅପରେ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ନୂଆ ବୋଲକୁ ସୁଇଂ କରିବାରେ ମାହିର ଭୁବି ଡେଥ୍ ଓଭରରେ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାରେ ଧୁରନ୍ଧର । ଓ୍ୱାର୍ମଅପରେ ଭଲ ଖେଳିଲେ ଓ୍ୱାର୍ଲଡ କପ୍ ପ୍ଲେଇଂ ଇଲେଭେନରେ ତାଙ୍କ ସ୍ଥାନ ପକ୍କା ।
ଇଶାନ୍ କିଷାନ

ଯୁବ ତାରକା ଇଷାନ କିଷାନ୍ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ବଢ଼ିଆ ଖେଳିଥିଲେ । ଧୂଆଁଧାର ଇନିଂସ ଖେଳିବାର ପୋଖତ ଇଶାନ୍ କିଷାନ୍ । ଚଳିତ ଆଇପିଏଲରେ ସେମିତି କିଛି ବଡ଼ ସ୍କୋର କରି ନାହାନ୍ତି । ରୋହିତ ଓ ଲୋକେଶ ରାହୁଲ ଥିବାରୁ ତାଙ୍କୁ ଓପେନିଂ ସୁଯୋଗ ମିଳି ନପାରେ । ଓ୍ୱାର୍ମଅପ୍ ମୁକାବିଲାରେ ତାଙ୍କୁ ଦକ୍ଷତା ଦେଖାଇବାର ସୁଯୋଗ ରହିଛି । ମଧ୍ୟକ୍ରମରେ ଭଲ ଖେଳିଲେ ଚୁଡାନ୍ତ ଏକାଦଶରେ ସୁଯୋଗ ମିଳିବ ।
ଆର୍. ଅଶ୍ୱିନ୍

ଅନୁଭବନୀ ସ୍ପିନର ଆର୍. ଅଶ୍ୱିନୀ । ନିଜ ଗୁଗୁଲିରେ ବ୍ୟାଟ୍ସମ୍ୟାଙ୍କୁ ଘାଇଲା କରନ୍ତି । ଚାରି ବର୍ଷ ପରେ ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ସ୍କ୍ୱାଡକୁ ଫେରିଛନ୍ତି । ଚଳିତ ଆଇପିଏଲରେ ସେମିତି ଆଖି ଦୃଶିଆ କମାଲ୍ କରି ନାହାନ୍ତି ଅଶ୍ୱିନ । ବିଶ୍ୱକପ୍ ପୂର୍ବରୁ ଓ୍ୱାର୍ମଅପରେ ସ୍ପିନର ଯାଦୁ ଦେଖାଇବାର ସୁଯୋଗ ତାଙ୍କ ହାତରେ ଅଛି । ଅଧିକରୁ ଅଧିକ ଓ୍ୱିକେଟ ନେବାକୁ ପଡ଼ିବ । ଭଲ ନଖେଳିଲେ ପ୍ଲେଇଂ ଇଲେଭେନରେ ସୁଯୋଗ ହାତଛଡ଼ା ହୋଇପାରେ ।
ଏମାନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା, ସାର୍ଦ୍ଦୁଲ ଠାକୁରଙ୍କୁ ବି ଭଲ ପ୍ରଦର୍ଶନ କରିବାକୁ ହେବ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଖରେ ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ, ରୁଷଭ ପନ୍ଥଙ୍କ ଭଲି ବ୍ୟାଟିଂ ତାରକା ଅଛନ୍ତି । ଫାଷ୍ଟ ବୋଲିଂର ଗୁରୁ ଦାୟିତ୍ୱ ସମ୍ଭାଳିବେ ସମ୍ଭାଳିବେ ଯଶପ୍ରୀତ ବୁମରାହ, ମହମ୍ମଦ ସାମି । ସ୍ପିନର ଭାବରେ ଦଳରେ ଅଛନ୍ତି ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହଲ । ସମସ୍ତଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
Comments are closed.