Latest Odisha News

“ଅନୁରାଗ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମେ ମୁଁ ତାଙ୍କ ସହ ସମ୍ପର୍କ ଭାଙ୍ଗିବି”: ତାପସୀ

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିପକ୍ଷରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ । ତେବେ ଏଭଳି ସମୟରେ ଅନୁରାଗଙ୍କ ସପକ୍ଷରେ ଛିଡା ହୋଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ।

ସେ କହିଛନ୍ତି ଯେ ଯଦି ଅନୁରାଗ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅନୁରାଗଙ୍କ ସହ ସମ୍ପର୍କ ଭାଙ୍ଗିଥିବା ସେ ପ୍ରଥମ ବ୍ୟକ୍ତି ହେବେ।

ଗତ ଶନିବାର ଦିନ ପାୟଲ ଅଭିଯୋଗ ଆଣିଥିଲେ ଯେ, ଅନୁରାଗ ତାଙ୍କୁ ୫ ବର୍ଷ ପୂର୍ବେ ଯୌନ ନିର୍ଯାତନା ଦେଇଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିର ତାପସୀ ଏବଂ ଅନୁରାଗଙ୍କର ଅନ୍ୟ ସହକର୍ମୀମାନେ ଏନେଇ ତାଙ୍କୁ ସମର୍ଥନ କରିଥିଲେ ।

ଅନ୍ୟପଟେ ଗଣମାଧ୍ୟମକୁ ସୂଚନା ଦେଇ ତାପସୀ କହିଛନ୍ତି ଯେ, “ଯଦି ଅନୁରାଗ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ମୁଁ ତାଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗିଥିବା ପ୍ରଥମ ବ୍ୟକ୍ତି ହେବି”। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅନୁରାଗ ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି। “ମହିଳାମାନଙ୍କ ପାଇଁ ଅନୁରାଗଙ୍କର ବହୁତ ସମ୍ମାନ ରହିଛି । ଏପରିକି ଯଦି କେହି ମହିଳା ତାଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି ତଥାପି ମଧ୍ୟ ସେ କାହାକୁ ଖରାପ ବ୍ୟବହାର କରନ୍ତି ନାହିଁ | ତାଙ୍କର ସେହି ସୁଟିଂ ସେଟରେ ଉଭୟ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ସହ ସମାନ, ଏବଂ ସେମାନେ ମଧ୍ୟ ଅନୁରାଗଙ୍କ ସମ୍ପର୍କରେ କେବଳ ଭଲ କଥା ହିଁ କହିବେ” ।

ସୂଚନାଯୋଗ୍ୟ, କିଛିଦିନ ତଳେ ଅନୁରାଗଙ୍କ ସପକ୍ଷରେ ତାଙ୍କ ୨ ପୂର୍ବତନ ପତ୍ନୀ ମତ ପ୍ରକାଶ କରିଥିଲେ ।

Comments are closed.