Latest Odisha News

ଧୋନୀଙ୍କ ଶେଷ ଓଭରର ଛକା ଦଳ ପାଇଁ ଅଦରକାରୀ ଥିଲା: ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗକୁ ଆଗରେ ରହି ବାଟ କଢେଇବାକୁ ଅନୁରୋଧ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ।

ମଙ୍ଗଳବାର ଦିନ ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷରେ CSK ର ଦ୍ୱିତୀୟ ମ୍ୟାଚରେ ଧୋନି ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଯେତେବେଳେ ବଲ ପିଛା ୧୬ ରନରୁ ଉର୍ଦ୍ଧ୍ବ ଦରକାର ଥିଲା । ଧୋନୀ ଆହୁରି ଆଗରୁ ପଡିଆକୁ ଆସିବ ଆବଶ୍ୟକ ଥିଲା ବୋଲି ଗମ୍ଭୀର କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଧୋନୀ ପଡିଆକୁ ଆସିବ ପୂର୍ବରୁ ଚେନ୍ନାଇ ମ୍ୟାଚ ହାରି ସାରିଥିଲା । ଏହାସତ୍ତ୍ୱେ ଧୋନି ଧୀରେ ଧୀରେ ଖେଳୁଥିଲେ । ମାତ୍ର ଶେଷ ଓଭରରେ ତିନିଟି ଛକା ମାରିଥିଲେ। ତେବେ ଫାଇନାଲ ଓଭରରେ ସେହି ରନ୍ କୌଣସି ଉପଯୋଗୀ ନୁହେଁ ବରଂ ଏହି ରନ କେବଳ ଧୋନିଙ୍କ ବ୍ୟକ୍ତିଗତ ରନ ତାଲିକାରେ ଯୋଡି ହୋଇଛି ବୋଲି ଗମ୍ଭୀର କହିଛନ୍ତି ।

“ସତ କହିବାକୁ ଗଲେ ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। କ’ଣ ନମ୍ବର ୭ ରେ ଏମଏସ ଧୋନି ବ୍ୟାଟିଂ କରୁଛନ୍ତି ? ଏବଂ ତାଙ୍କ ପୂର୍ବରୁ ଗାଇକୱାଡଙ୍କୁ ପଡିଆକୁ ପଠାଇଲେ ଓ ସାମ୍ କୁରାନଙ୍କୁ ତାଙ୍କ ଆଗରୁ । ଏହା ମୋ ପାଇଁ ଅର୍ଥ ହୀନ । ଯେତେବେଳେ ଆପଣ ୨୧୭ ରନ କରିବାର ଲକ୍ଷ ରଖିଛନ୍ତି ସେତେବେଳେ ଧୋନୀ ସାତ ନମ୍ବରରେ ବ୍ୟାଟିଂ କରିବା ନିହାତି ଦୁର୍ଭାଗ୍ୟଜନକ ବୋଲି ଗମ୍ଭୀର କହିଛନ୍ତି।

“ହଁ, ଆମେ ଏମଏସ ଧୋନିଙ୍କ ଶେଷ ଓଭର ବିଷୟରେ କହିପାରିବା। ସେ ମାରିଥିବା ତିନିଟି ଛକାର ଦଳ ପାଇଁ କୌଣସି ମୂଲ୍ୟ ନାହିଁ। ଏହା କେବଳ ତାଙ୍କ ବ୍ୟକ୍ତିଗତ ରନ୍ ଥିଲା । ଦେଖନ୍ତୁ, ଯଦି ଅନ୍ୟ କେହି ଏହା କରିଥାନ୍ତେ, ଅନ୍ୟ କେହି ଅଧିନାୟକ ସାତ ନମ୍ବର ବ୍ୟାଟିଂ କରିଥାନ୍ତେ, ତେବେ ତାଙ୍କୁ ବହୁତ ଗାଳି ମିଳିଥାନ୍ତା ” ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.