Latest Odisha News

BREAKING NEWS

ମୌଲାନ ସାଦ୍ ଦକ୍ଷିଣ ଦିଲ୍ଲୀରେ ଅଛନ୍ତି !

ନୂଆଦିଲ୍ଲୀ: ତବଲିଗ ଜମାତର ମୌଲାନ ସାଦ ଦକ୍ଷିଣ ଦିଲ୍ଲୀରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ନିଜାମୁଦ୍ଧିନ ମରକଜ ବିବାଦ ପରେ ସାଦ୍ ଫେରାର ହୋଇ ଯାଇଥିଲେ । ସେ ନିଜକୁ କ୍ୱାରେଟାଂଇନରେ ରଖିଥିବା ପୋଲିସ କହିଛି । ସେ ଆସନ୍ତା ୮-୯ ଦିନରେ ସାମ୍ନାକୁ ଆସିବେ। ମୌଲାନା ସାଦ୍‌ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ମଙ୍ଗଳବାର ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ ସେଣ୍ଟର ପକ୍ଷରୁ ଆୟୋଜିତ ଧର୍ମସଭା ଯୋଗୁ ଦେଶରେ ୧,୦୦୦ରୁ ଊର୍ଦ୍ଧ୍ୱ ଜଣ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଅଭିଯୋଗ ହୋଇଛି।

ମୌଲାନା ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ମୌଲାନା ଭୀରୁଙ୍କ ଭଳି ଲୁଚି ନାହାନ୍ତି ବୋଲି ତାଙ୍କ ଓକିଲ ତଉସିଫ୍‌ ଖାନ୍‌ କହିଛନ୍ତି। ତବଲିକ୍ ଜମାତର ଦାୟିତ୍ୱହୀନତା ଓ ଖରାପ ମନୋବୃତି ସାରା ବିଶ୍ୱ ଏବେ ତାଙ୍କ ଉପରେ ଥୁ ଥୁ କରୁଛି । ଭାରତ ସରକାର ଲଗାଇଥିବା ଲକଡାଉନ ନିୟମ ପାଳନ ନ କରିବାରୁ କରୋନା ପଜିଟିଭଙ୍କ ସଂଖ୍ୟା ଦେଶରେ ବଢ଼ିଥିଲା ।

Comments are closed.