Latest Odisha News

BREAKING NEWS

ଆଫଗାନିସ୍ତାନ ସରକାର ୧୦୦ ତାଲିବାନ କୈଦୀକୁ ଛାଡିବ

କାବୁଲ: ଆଫଗାନିସ୍ତାନ ସରକାର ତାଲିବାନର ୧୦୦ କୈଦୀଙ୍କୁ ଜେଲରୁ ଛାଡିବା ପାଇଁ ନିଷ୍ପତି ନେଇଛି । ଏଥିରେ ତାଲିବାନ କମାଣ୍ଡୋ ରହିଛନ୍ତି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ଆମେରିକା ସହିତ ହୋଇଥିବା ଶାନ୍ତି ଚୁକ୍ତି ଯୋଗୁ ଏହି ନିଷ୍ପତି ନିଆଯାଇଛି । ଆମେରିକା ମଧ୍ୟ ସେଠାରୁ ତାର ସେନା ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

ମଙ୍ଗଳବାର ସରକାର ଜାଣିଶୁଣି କୈଦୀଙ୍କୁ ଛାଡିବାରେ ବିଳମ୍ବ କରୁଛି ବୋଲି ତାଲିବାନ କହିଥିଲା । ଏହାର ଜବାବରେ ତାଲିବାନ ଶାନ୍ତି ଚାହୁଁ ନାହିଁ ବୋଲି ସରକାର କହିଥିଲା । ପୂର୍ବରୁ ଏହି ଶାନ୍ତି ପ୍ରକ୍ରିୟା ଆଲୋଚନା ପରେ ପରେ ଆଫଗାନିସ୍ତାନରେ ଏକ ବଡ ଧରଣର ବିସ୍ଫୋରଣ କରାଇଥିଲା ତାଲିବାନ ।

Leave A Reply

Your email address will not be published.