ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କର କୋଭିଡ-୧୯ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ସେ ସମସ୍ତ ତଥ୍ୟ ଲୁଚାଇ ରଖିଥିଲେ । ପ୍ରଥମେ ଅମୋଲ ମଜମୁଦାର ଓ ପରେ ତାଙ୍କ ପୁତ୍ର ରୋହନ ଗାଭାସ୍କର ଗଣମାଧ୍ୟମ ଆଗରେ ଏହାର ଉଜାଗର କରିଥିଲେ । ସେ ୫୯ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି । ମଜୁମଦାର ଏ ବିଷୟରେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଗାଭାସ୍କର ମୋଟ ୫୯ ଲକ୍ଷ ଟଙ୍କା ଦାନ କରିଥିବା ଶୁଣିବାକୁ ପାଇଛି ।
ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (କେୟାର୍ସ)କୁ ୩୫ ଲକ୍ଷ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଭଲ କାମ ପାଇଁ ଗାଭାସ୍କରଙ୍କୁ ମୋର ଧନ୍ୟବାଦ ।’ ସୂଚନାଯୋଗ୍ୟ, କରୋନା ଲଢ଼େଇରେ ବିସିସିଆଇଠୁ ଆରମ୍ଭ କରି ଅନେକ ଭାରତୀୟ କ୍ରିକେଟର ସାମିଲ ହେବା ସହ ସହାୟତା ରାଶି ପ୍ରଦାନ କରି ସାରିଛନ୍ତି ।