Latest Odisha News

BREAKING NEWS

‘ତବଲିଗି ଜମାତ’ର କାର୍ଯ୍ୟକ୍ରମ ପାଇଁ ଅଧିକ ଲୋକଙ୍କୁ ବ୍ୟାପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏପରିକି ତବଲିଗି ଜମାତର କାର୍ଯ୍ୟକ୍ରମ ପାଇଁ ଅଧିକ ବ୍ୟାପକ ହୋଇଛି କରୋନା ସଂକ୍ରମଣ । ସୋମବାର ଦିନ ସଂସଦରେ କିଛି ଏଭଳି ଉତ୍ତର ରଖିଛନ୍ତି ସରକାର ।

ଶିବସେନା ସାଂସଦ ଅନିଲ ଦେଶାଇ ସଂସଦରେ ଏକ ପ୍ରଶ୍ନ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଦିଲ୍ଲୀ ଓ ଅନ୍ୟ ସବୁ ରାଜ୍ୟରେ କରୋନା ସଂକ୍ରମଣ ବଢିଛି ବୋଲି । ଯାହାର ଉତ୍ତର ରଖିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ।

ରାଜ୍ୟସଭାରେ ଏକ ଲିଖିତ ଜବାବରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିସନ୍ ରେଡ୍ଡୀ କହିଛନ୍ତି ଯେ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତ ପକ୍ଷରୁ ଗତ ମାର୍ଚ୍ଚ ମାସରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶତାଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଯେଉଁମାନେକି ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ସମ୍ପର୍କରେ ଆସିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଘଟଣାରେ ଦିଲ୍ଲୀ ପୋଲିସ ଜବଲିଗି ଜମାତର ୨୩୩ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ । ପରେ ଗତ ମାର୍ଚ୍ଚ ୨୯ରେ ପ୍ରାୟ ୨୩୬୧ ଜଣ ବ୍ୟକ୍ତିଙ୍କୁ ଉକ୍ତ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟରୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.