Latest Odisha News

BREAKING NEWS

ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ସଂସଦ ପରିସରରେ ରୂପା ଗାଙ୍ଗୁଲିଙ୍କ ଧାରଣା

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଫସିବାରେ ଲାଗିଛନ୍ତି। ଆଜି ଅନୁରାଗଙ୍କ ବିରୁଦ୍ଧରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି ବିଜେପି ସାଂସଦରୂପା ଗାଙ୍ଗୁଲି । ଅନୁରାଗ କଶ୍ୟପଙ୍କ ବିରୋଧରେ ସଂସଦ ପରିସରରେ ଧର୍ମଘଟରେ ବସିଥିବା ବିଜେପି ସାଂସଦ ରୂପା ଗାଙ୍ଗୁଲି କହିଛନ୍ତି ଯେ, ବଲିଉଡରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଏହି ମାମଲାର ତଦନ୍ତ କରି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

BjdElectrycity

ରୁପା ଗାଙ୍ଗୁଲି ଏହି ସମୟରେ ତାଙ୍କ ହାତରେ ତିନୋଟି ପୋଷ୍ଟର ଧରିଥିବାର ନଜର ଆସିଥିଲେ। ଏଥିରେ ଲେଖାଥିଲା ଯେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଆଉ କେତେ ଝିଅଙ୍କ ଇଜ୍ଜତ ଲୁଟିବ? ଦ୍ଵିତୀୟ ଟିରେ ଲେଖାଥିଲା ଯେ, ଅନ୍ୟ ପଟେ ଏହା ଲେଖାଯାଇଥିଲା, ଆଉ କେତେ ପିଲାଙ୍କ ଜୀବନ ଡ୍ରଗ୍ସରେ ବୁଡ଼େଇ ଦେବ ? ତୃତୀୟରେ ଲେଖାଥିଲା ଯେ, ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଆଉ କେତେ ହତ୍ୟା କରାଇବ?

ସୂଚନାଯୋଗ୍ୟ, ଅନୁରାଗଙ୍କ ଉପରେ ପାୟଲ ଘୋଷ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ମାତ୍ର ଅନୁରାଗ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ।

Leave A Reply

Your email address will not be published.