Latest Odisha News

BREAKING NEWS

କେମିତି ଥିଲା ତବୁଙ୍କ ୩୦ ବର୍ଷର ଫିଲ୍ମି ସଫର୍‌

ମୁମ୍ବାଇ: ବଲିଉଡ୍‌ର ଚଲ୍‌ବୁଲି ନାୟିକା ତବୁ। ଚୁଲ୍‌ବୁଲି ମିଜାଜ୍‌ ଯୋଗୁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ୧୯୯୧ ମସିହାରେ ତେଲୁଗୁ ଚଳଚ୍ଚିତ୍ର କୁଲି ନଂ ୧ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ୯୦ ଦଶକର ଜଣେ ଚର୍ଚ୍ଚିତ ନାଁ ଥିଲେ ତବୁ।

ଏହା ଭିତରେ ତିନି ଦଶନ୍ଧି ବିତିଗଲାଣି। ଏବେ ବି ତବୁ ପରଦା ଉପରକୁ ଆସିଲେ ନିଜ ଦମ୍‌ଦାର୍‌ ଅଭିନୟ ବଳରେ ଦର୍ଶକଙ୍କ ମନ ଜିଣି ନିଅନ୍ତି। ସବୁ ଚରିତ୍ରକୁ ସେ ବେଶ୍‌ ଭଲ ଭାବେ ଫୁଟାଇ ପାରନ୍ତି। ୩୦ ବର୍ଷର ବଲିଉଡ୍‌ର ଯାତ୍ରାରେ ସେ ବଡ଼ ସଫଳତା ହାସଲ କରିପାରିଛନ୍ତି ବୋଲି କହିଲେ ଭୁଲ୍‌ ହେବ ନାହିଁ।

ସୋମବାର ସନ୍ଧ୍ୟାରେ ତବୁ ଫିଲ୍ମର ଲୋକପ୍ରିୟ ଗୀତ “କୋଥା କୋଥାଗା”ର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସହିତ ସେ ଲେଖିଛନ୍ତି ଯେ ଚଳଚ୍ଚିତ୍ର ଜଗତରେ ଆସିବାର ୩୦ ବର୍ଷ ବିତିଗଲା। ଏହି ଦୀର୍ଘ ୩୦ ବର୍ଷର ଯାତ୍ରା ତାଙ୍କ ପାଇଁ ବେଶ୍‌ ଅବିଶ୍ୱସନୀୟ ଥିଲା।

Comments are closed.