ଭାଷା ଭାଗବତ : ସପନର ଜାଲ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୫
ଅପୂର୍ବ ଭୂଇଁ ଏ ଓଡ଼ିଶା
' ବହୁତ୍ବ ' ବାଂଧି ଏଠି ବସା
ରହିଛି, ଦେଖୁଁ କାଳାବଧି
ଲଂଘେନି କେବେ ବି ପରିଧି
ନିଜକୁ କରି ସମର୍ପଣ
ସଂତୁଷ୍ଟ ଏଠି ଜନଗଣ
ନିଃସ୍ପୃହ ଜୀବନ ଯାପନ
କରଂତି, ହୋଇ ଦୈବାଧୀନ
ସଭିଂକୁ କରଂତି ସ୍ବାଗତ…