Latest Odisha News

BREAKING NEWS

ଭାଷା ଭାଗବତ : ସପନର ଜାଲ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୫

ଅପୂର୍ବ ଭୂଇଁ ଏ ଓଡ଼ିଶା
‘ ବହୁତ୍ବ ‘ ବାଂଧି ଏଠି ବସା
ରହିଛି, ଦେଖୁଁ କାଳାବଧି
ଲଂଘେନି କେବେ ବି ପରିଧି

ନିଜକୁ କରି ସମର୍ପଣ
ସଂତୁଷ୍ଟ ଏଠି ଜନଗଣ
ନିଃସ୍ପୃହ ଜୀବନ ଯାପନ
କରଂତି, ହୋଇ ଦୈବାଧୀନ

ସଭିଂକୁ କରଂତି ସ୍ବାଗତ
ବୁଝଂତିନାହିଁ ହିତାହିତ
ହୋଇଲେ ଦିନଟିଏ ଅଂତ
ଶୁଅଂତି ସକାଳ ପର୍ଯଂତ

ଗୁଂଥିଲେ ସପନରେ ଜାଲ
ସଭିଂକୁ ଲାଗେ ଏଠି ଭଲ
ଭାଷା, ସାହିତ୍ୟ କଲବଲ
ହେଲେ ବି ରହଂତି ନିଶ୍ଚଳ

ନାହିଁ କ୍ରିୟା କି ପ୍ରତିକ୍ରିୟା
କେବଳ ଅନୁଗ୍ରହ, ଦୟା
ମିଳିବା ଆଶାରେ ଆଶ୍ରୟୀ
ଚଳଂତି ପ୍ରଥା ଅନୁଯାୟୀ

ଲୋକଂକୁ କରି ଅଳସୁଆ
ଯେ ପୋଷେ କର୍ମୀରୂପୀ ଶୁଆ
ସେ ହୁଏ ଭାଗ୍ୟର ବିଧାତା
ଏପରି ହେଲାଣି ଅବସ୍ଥା

ଏହାର କିଛି ପ୍ରତିକାର
ନିମଂତେ ପ୍ରଚେଷ୍ଟା କାହାର
ଯେତେ ଖୋଜିଲେ ଦିଶୁନାହଁ
ମଥାରେ ଚିଂତା ପଶୁନାହିଁ

Leave A Reply

Your email address will not be published.