Latest Odisha News
Browsing Tag

Bhubaneswar

ଟ୍ରାକ୍ଟର ଭର୍ତ୍ତି ଅଳିଆ ହୋଟେଲ୍ ଆଗରେ ଢାଳି ଦେଲା ବିଏମସି, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଡଷ୍ଟବିନ୍ ଓ ଆବର୍ଜନା ମୁକ୍ତ ପାଇଁ ବିଏମସି ପଦକ୍ଷେପ ନେଇଛି । ସ୍ୱତନ୍ତ୍ର ଅଳିଆ ଗାଡ଼ି ଆସି ଅଳିଆ ନେଉଛି । ତଥାପି କିଛି ଲୋକ ରାସ୍ତା ଉପରେ ଅଳିଆ ଫିଙ୍ଗି ଦେଉଛନ୍ତି । କଳ୍ପନା ଅଞ୍ଚଳର ଏକ ହୋଟେଲ୍ ରାସ୍ତା ଉପରେ ଅଳିଆ ପକାଇଥିବାରୁ ବିଏମସି ହୋଟେଲ୍…

ଚଡ଼ି, ଗଞ୍ଜି ପିନ୍ଧି ବୁଲାଉଥିଲେ କଳା କନା; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଏହି ଲୁଟେରା…

ଓଟିପି ସେୟାରିଂ ମାମଲା: ଆସନ୍ତାକାଲିଠୁ ୫ ଦିନିଆ ରିମାଣ୍ଡରେ ଯିବ ପଠାଣିସାମନ୍ତ

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ଏସଟିଏଫ। ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ ଏନଆଇଏ । ସୂଚନାଯୋଗ୍ୟ,…

ଏମ୍‌ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ, କାର୍ଯ୍ୟକ୍ଷମ ହେଲା ଧର୍ମଶାଳା

ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଥିବା ଏମ୍‌ସ ଭୁବନେଶ୍ୱର ଆଜି ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏହି…

ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍

ଭୁବନେଶ୍ୱର: ୱାଗନ୍ ଛାଡ଼ି ପଳାଇଲା ଇଞ୍ଜିନ୍ । ଭୁବନେଶ୍ୱରର ବାଣୀବିହାର ଷ୍ଟେସନ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍ ଇଞ୍ଜିନ୍ କିଛି ବଗି ଛାଡ଼ି ପଳାଇଥିଲା । ମେରାମୁଣ୍ଡଳୀ ଅଭିମୁଖେ ଯାଉଥିବା ଟ୍ରେନର କିଛି ବଗି ବାଣୀବିହାର ଷ୍ଟେସନରେ ରହି ଯାଇଥିବା ବେଳେ କିଛି ବଗି ସହ ଆଗକୁ ପଳାଇଥିଲା…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ବିକାଶ…

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ପାଇଁ ଦୋକାନ ମାଲିକଙ୍କ ଧମକ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ବନ୍ଦ ହେଉନି ବୁଲା ବିକାଳିଙ୍କ ପସରା । ଅନଧିକୃତ ଭାବେ ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ ବିଲ୍ଡିଂରେ ବସୁଥିବା ବ୍ୟବସାୟୀଙ୍କୁ ନେଇ ଦୋକାନ ମାଲିକ ସଂଘ ମାର୍କେଟ ବିଲ୍ଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଧମକ ଦେଇଛି । ଆଜି ୟୁନିଟ୍ ୨…

ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଛନ୍ତି କି ? ଚେତାବନୀ ଦେଲା ବିଏମସି

ଭୁବନେଶ୍ୱର: ରହିବା ପାଇଁ ବାସପୋଯୋଗୀ ଘର, ହେଲେ ବ୍ୟବସାୟ ପାଇଁ କରୁଛନ୍ତି ବ୍ୟବହାର । ଏଭଳି କରୁଥିଲେ ସାବଧାନ ହୋଇ ଯାଆନ୍ତୁ । ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ବିଏମସି କମର୍ସିଆଲ୍ ହୋଲ୍ଡିଂ ଟିକସ ଆଦୟ କରିବ । ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା…

କୁଆଖାଇରେ ବୁଡ଼ି ଯାଇ ୨ ମୃତ, ୨ ଜଣ ନିଖୋଜ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ଯାଇ ୨ ଜଣ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇ ଯାଇଛନ୍ତି । ମଙ୍ଗଳବାର ଏ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ, ୮ ଜଣ ସାଙ୍ଗ ଭୁବନେଶ୍ୱରରୁ ବାଲିଅନ୍ତା ଥାନା ଅନ୍ତର୍ଗତ କୁଆଖାଇ ପଠାରେ…

ରାତିଅଧିଆ କମିଶନରେଟ ପୋଲିସର ଚଢ଼ାଉ, ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ରେଡ଼

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ…