Latest Odisha News

BREAKING NEWS

କୁଆଖାଇରେ ବୁଡ଼ି ଯାଇ ୨ ମୃତ, ୨ ଜଣ ନିଖୋଜ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ଯାଇ ୨ ଜଣ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇ ଯାଇଛନ୍ତି । ମଙ୍ଗଳବାର ଏ ଅଘଟଣ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ୮ ଜଣ ସାଙ୍ଗ ଭୁବନେଶ୍ୱରରୁ ବାଲିଅନ୍ତା ଥାନା ଅନ୍ତର୍ଗତ କୁଆଖାଇ ପଠାରେ ଭୋଜି କରିବାକୁ ଯାଇଥିଲେ । ଖାଦ୍ୟ ରୋଷେଇ ଚାଲିଥିବା ବେଳେ ୮ ସାଙ୍ଗ ମିଶି କୁଆଖାଇରେ ଗାଧୋଇବା ବେଳେ ୪ ଜଣ ଭାସି ଯାଇଥିଲେ ।

ମଧ୍ୟାହ୍ନରେ ବର୍ଷା ଯୋଗୁଁ ନଦୀରେ ପ୍ରଖର ଜଳ ସ୍ରୋତ ଥିଲା । ଯୁବକମାନେ ଗଭୀର ପାଣିରେ ଗାଧୋଇବା ବେଳେ ଭାସି ଯାଇଥିଲେ । ୪ ସାଙ୍ଗ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରି କୂଳକୁ ପଳାଇ ଆସିଥିବା ଆଉ ୪ ଜଣ ଭାସି ଯାଇଥିଲେ ପ୍ରଖର ସ୍ରୋତରେ ।

ଖବର ପାଇଁ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା । ଅଗ୍ନିଶମ ବାହିନୀ ୨ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଠାବ କରାଯାଇ ପାରି ନାହିଁ । ସନ୍ଧ୍ୟା ଯାଏ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା ।

Leave A Reply

Your email address will not be published.