Latest Odisha News

BREAKING NEWS

ଟ୍ରାକ୍ଟର ଭର୍ତ୍ତି ଅଳିଆ ହୋଟେଲ୍ ଆଗରେ ଢାଳି ଦେଲା ବିଏମସି, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଡଷ୍ଟବିନ୍ ଓ ଆବର୍ଜନା ମୁକ୍ତ ପାଇଁ ବିଏମସି ପଦକ୍ଷେପ ନେଇଛି । ସ୍ୱତନ୍ତ୍ର ଅଳିଆ ଗାଡ଼ି ଆସି ଅଳିଆ ନେଉଛି । ତଥାପି କିଛି ଲୋକ ରାସ୍ତା ଉପରେ ଅଳିଆ ଫିଙ୍ଗି ଦେଉଛନ୍ତି । କଳ୍ପନା ଅଞ୍ଚଳର ଏକ ହୋଟେଲ୍ ରାସ୍ତା ଉପରେ ଅଳିଆ ପକାଇଥିବାରୁ ବିଏମସି ହୋଟେଲ୍ ଆଗରେ ଟ୍ରାକ୍ଟରରେ ଅଳିଆ ଆଣି ଢାଳି ଦେଇଛି ।

ଏସବୁ ଘଟିଛି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ । ସଫା ଭୁବନେଶ୍ୱର ଆପ୍ ମାଧ୍ୟମରେ ଅଳିଆ ସଂଗ୍ରହ ପାଇଁ ବିଏମସି ଗାଡ଼ି ପଠାଉଛି । ଅନେକ ଅଭିଯୋଗ କରୁଛନ୍ତି, ବିଏମସି ଗାଡ଼ି ଅଳିଆ ନେଉ ନାହିଁ । ଏଭଳି ସ୍ଥଳେ ବିଏମସି କମିଶନର କହିଛନ୍ତି, ହୋଟେଲ ହେଉ କି କୌଣସି ବ୍ୟବସାୟ ପ୍ରତିଷ୍ଠାନ ଯିଏ ବି ରାସ୍ତାରେ ଅଳିଆ ପକାଇବ, କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଘଟଣା ପରେ ବିଏମସି ପକ୍ଷରୁ କଳ୍ପନା ଅଞ୍ଚଳରେ ୱାର୍ଡ ନମ୍ବର ୫୬ରେ ଥିବା ହୋଟେଲ ବଂଶୀଧରକୁ ବନ୍ଦ କରି ଦିଆଯାଇଛି । ଟ୍ରାକ୍ଟରରେ ଅଳିଆ ଢ଼ାଲି ବିଏମସି ବଡ଼ ବାର୍ତ୍ତା ଦେବା ସହ ସଫେଇରେ ସହଯୋଗ କରିବା ଲାଗି ସମସ୍ତଙ୍କୁ କହିଛନ୍ତି ବିଏମସି କମିଶନର ।

Leave A Reply

Your email address will not be published.