Latest Odisha News

BREAKING NEWS

Browsing Tag

Corona Positive Cases

କେନ୍ଦ୍ରାପଡାରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ରାଜନଗର: ଶନିବାର ଚିହ୍ନଟ ହୋଇଥିବା ରାଜ୍ୟର ୪ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ମହିଳା ଜଣଙ୍କ ରାଜନଗର ଅଂଚଳର ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ଏହି ମହିଳା ଜଣଙ୍କ କିଛି ଦିନ ତଳେ ପଡୋଶୀ…

ଓଡିଶାରେ ଆଉ ଚାରି ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୫୪ ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୪ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ…

ଓଡିଶାରେ ୮୦ ପ୍ରତିଶତ କରୋନା ପଜିଟିଭ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ନାହିଁ: ଶାଳିନୀ ପଣ୍ଡିତ୍‌

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହୋଇଥିବା ୫୦ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇନଥିବା ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ଏହି ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ସେ…

୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଚିହ୍ନଟ ୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ । ସେ ୪୧ ତମ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ତାଙ୍କ ଘର ମଧୁସୂଦନ ନଗରରେ ବୋଲି ସୂଚନା ଦିଆଯାଇଛି । ୩୫ବର୍ଷୀୟା ଏହି ମହିଳା ଜଣଙ୍କ…

କରୋନା ପଜିଟିଭ ସୁସ୍ଥ ହେବାର ଶ୍ରେୟ ଡାକ୍ତର, ପାରା ମେଡିକାଲ ଓ ସ୍ୱାସ୍ଥ୍ୟବିଭାଗ ଟିମ୍‌କୁ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ୧୦ ଜଣ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହେବା ଏକ ଅତ୍ୟନ୍ତ ଖୁସି ଖବର ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥି ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍‌, ସମସ୍ତ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ୍‌ଙ୍କୁ ସେ…

ଓଡିଶାରେ ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ; ମୋଟ ସଂଖ୍ୟା ୫୦ ଛୁଈଁଲା

ଭୁବନେଶ୍ୱର: ଶୁକ୍ରବାର ଦିନ ଓଡିଶାରେ ଦୁଇଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି । ଶୁକ୍ରବାର ଆସିଥିବା ୨୯୮ ଟି ନମୁନା ପରୀକ୍ଷଣ ରିପୋର୍ଟରୁ ଦୁଇଜଣ…

ରାଜ୍ୟର ଆଉ ୧୦ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଖୁସି ଖବର ଆସିଛି । ପୂର୍ବରୁ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଆଉ ୧୦ ଜଣ ରୋଗୀଙ୍କ କୋଭିଡ୧୯ ନମୁନା ନେଗେଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା…

ଜାଣନ୍ତୁ, କଳାହାଣ୍ଡିର ଦ୍ୱିତୀୟ କୋଭିଡ-୧୯ ରୋଗୀ କେମିତି ହେଲେ ସଂକ୍ରମିତ

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ଛଅ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଗୋଲାମୁଣ୍ଡାର ବୋଲି ସରକାର ଜଣାଇଛନ୍ତି । ଗୋଲାମୁଣ୍ଡା ବାହାରିଗୁଡାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ନରେ ସାଙ୍ଗମାନଙ୍କୁ ଭେଟିଥିଲେ । ୨୨ରୁ ୨୪ ତାରିଖ ସେ ଘରେ…

ଓଡିଶାରେ ପ୍ରଥମ ଥର ପାଇଁ ଦୁଇ ଶିଶୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ପଜିଟିଭଙ୍କ ମଧ୍ୟରେ ଦୁଇ ଶିଶୁ । ଗୁରୁବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭଙ୍କ ମଧ୍ୟରେ ୫ ବର୍ଷ ଓ ୯ ବର୍ଷର ଦୁଇଜଣ ଶିଶୁ କନ୍ୟା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଶିଶୁଙ୍କ ସମେତ କରୋନା ପଜିଟିଭ…

ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୪୮ ଛୁଇଁଲା

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ଗୁରୁବାର ଦିନ ମୋଟ ୬ ଜଣ କରୋନା ପଜିଟିଭ ଜଣାପଡିଥିବା ବେଳେ ରାଜ୍ୟରେ ମୋଟ ସଂଖ୍ୟା ୪୮ରେ ପହଞ୍ଚିଛି । ଏ ସମ୍ପର୍କରେ ଓଡିଶା ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।…