Latest Odisha News

BREAKING NEWS

ଓଡିଶାରେ ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ; ମୋଟ ସଂଖ୍ୟା ୫୦ ଛୁଈଁଲା

ଭୁବନେଶ୍ୱର: ଶୁକ୍ରବାର ଦିନ ଓଡିଶାରେ ଦୁଇଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି ।

ଶୁକ୍ରବାର ଆସିଥିବା ୨୯୮ ଟି ନମୁନା ପରୀକ୍ଷଣ ରିପୋର୍ଟରୁ ଦୁଇଜଣ ପଜିଟିଭ୍ ଆସିଥିବା ବେଳେ ଅନ୍ୟ ୨୯୬ ଟି ନେଗେଟିଭ୍ ଆସିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ୍ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ସୂଚନା ଦିଆଯାଇଥିଲା ।

ବର୍ତ୍ତମାନ ରାଜ୍ୟର ୫୦ ଜଣ କରୋନା ପଜିଟିଭ୍ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୩୭ ଜଣ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୩୫୪୭ ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.