Latest Odisha News

BREAKING NEWS

Browsing Tag

covid vaccine

ପଶ୍ଚିମ ଓଡ଼ିଶାରେ ଖସୁଛି ସଂକ୍ରମଣ, ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ହାର୍ କମାଇବା ପାଇଁ ପଦକ୍ଷେପ ନିଆଯାଉଛି । ଟିକା ପାଇଁ ସରକାର ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛନ୍ତି । ୩ କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ…

ଭାରତରେ ସିଙ୍ଗଲ୍ ସଟ୍ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ଏହାର ସିଙ୍ଗଲ୍‌-ସଟ କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଲୋଡିଛି। ସୋମବାର ଦିନ ଜେ ଆଣ୍ଡ ଜେ ଭାରତର ଡ୍ରଗ୍ ରେଗୁଲେଟରରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏବଂ ଆମଦାନୀ ଲାଇସେନ୍ସ ପାଇଁ ଆବେଦନ କରିଛି।…

ଆଜି ରାଜ୍ୟରେ ପହଞ୍ଚିବ ୨.୭୧ ଲକ୍ଷ ଡୋଜ କରୋନା ଟିକା

ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ଓଡିଶାକୁ ୨.୭୧ ଲକ୍ଷ ଡୋଜ କରୋନା ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଶନିବାର ଦିନ ରାଜ୍ୟ ୨.୫ ଲକ୍ଷ ଡୋଜ ଟିକା ଗ୍ରହଣ କରିଥିଲା। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ…

ଅକ୍ଟୋବର ସୁଦ୍ଧା ଭାରତକୁ ମିଳିପାରେ ଆଉ ପାଞ୍ଚ କରୋନା ଟିକା

ନୂଆଦିଲ୍ଲୀ: ଅଧିକରୁ ଅଧିକ ରାଜ୍ୟରେ କରୋନା ଟିକା ଡୋଜର ଅଭାବ ଦେଖାଉଥିବାରୁ କେନ୍ଦ୍ର ସରକାର ଟିକା ଉତ୍ପାଦନକୁ ବହୁଗୁଣିତ କରିବାକୁ ଦାବି କରିଛନ୍ତି। ସରକାରୀ ସୂତ୍ର ମୁତାବିକ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଭାରତକୁ ଆଉ ପାଞ୍ଚ କରୋନା ଟିକା ମିଳିବାର ସମ୍ଭାବନା ରହିଛି। ଭାରତ…

ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ଏମ୍‌ସ ଠାରେ କରୋନା‌ ଟିକା କୋଭାକ୍ସିନ୍‌ ଗ୍ରହଣ କରିଛନ୍ତି। ଏହା ସହିତ ସମସ୍ତେ ନିଶ୍ଚିତ ଭାବେ ଟିକା ଗ୍ରହଣ କରି ସୁରକ୍ଷିତ ରହିବା…

ଟିକା ନେଲେ ଅଭିନେତା ସୋନୁ ସୁଦ

ମୁମ୍ବାଇ: କରୋନା ଟିକାର ପ୍ରଥମ ଡୋଜ ନେ‌ଲେ ଅଭିନେତା ସୋନୁ ସୁଦ। ଏହାସହିତ ସୋନୁ ସୋସିଆଲ ମିଡିଆରେ ଟିକା ନେଉଥିବର ଏକ ପୋଷ୍ଟ ସେୟାର୍‌ କରିଛନ୍ତି ଯାହା ସେମାନଙ୍କ ପ୍ରଶଂସକମାନଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବ ବୋଲି ସେ ଆଶା କରିଛନ୍ତି। କୋଭିଡ୍‌ ଟିକା ଗ୍ରହଣ କରୁଥିବା ଏକ…

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକା ଦିଆଯିବା ଉଚିତ; ଆଇଏମ୍‌ଏ

ନୂଆଦିଲ୍ଲୀ: କୋଭିଡ୍‌-୧୯ ର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତୀୟ ମେଡିକାଲ୍ ଆସୋସିଏସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଛନ୍ତି ଯେ,୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଟିକାକରଣ କରାଯିବା ଉଚିତ। ମହାମାରୀର ମାତ୍ରାକୁ ହ୍ରାସ କରିବା ପାଇଁ IMA ଯୁଦ୍ଧକାଳୀନ…

କରୋନା ଟିକା ନେଲେ ଅଭିନେତ୍ରୀ ମଲାଇକା ଅରୋରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଶୁକ୍ରବାର କୋଭିଡ୍-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଟିକା ଗ୍ରହଣ କରିଛନ୍ତି। ଏହାସହ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ…

କରୋନା ଟିକା ବିତରଣରେ ଭାରତର ସ୍ଥାନ ପ୍ରଥମ

ନ୍ୟୁୟର୍କ: କରୋନା ମହାମାରୀ ମଧ୍ୟରେ ଟିକା ବିତରଣରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଭାରତ ନିଜ ଲୋକଙ୍କୁ ଯେତିକି ଟିକା ବଣ୍ଟନ କରିଛି ତାଠାରୁ ଢେର୍‌ ଅଧିକ ଟିକା ବିଶ୍ବକୁ ବିତରଣ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ଡେପୁଟି ପ୍ରତିନିଧୀ କେ ନାଗରାଜ ନାଇଡୁ କହିଛନ୍ତି ଯେ ଟିକା…

ଟିକା ନେଲା ପରେ କରୋନା ସଂକ୍ରମିତ ହେଲେ ଅଭିନେତା ପରେଶ ରାୱଲ

ନୂଆଦିଲ୍ଲୀ: କରୋନା ପୁଣି ଥରେ କାୟା ବିସ୍ତାର କରୁଛି। ଏଭଳି ପରିସ୍ଥିତିରେ ବଲିଉଡ ଚଳଚ୍ଚିତ୍ର ଶିଳ୍ପ ଉପରେ କୋଭିଡ-୧୯ ର ପ୍ରଭାବ ମଧ୍ୟ ବଢିବାରେ ଲାଗିଛି। ସମ୍ପ୍ରତି ବଲିଉଡ୍‌ ଅଭିନେତା ରଣବୀର କପୁର, କାର୍ତ୍ତିକ ଆର୍ଯ୍ୟନ୍, ମନୋଜ ବାଜପେୟୀ, ଆର ମାଧବନ୍ ଏବଂ ଆମୀର ଖାନଙ୍କର କରୋନା ଭାଇରସ୍…