Latest Odisha News

ଆଜି ରାଜ୍ୟରେ ପହଞ୍ଚିବ ୨.୭୧ ଲକ୍ଷ ଡୋଜ କରୋନା ଟିକା

ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ଓଡିଶାକୁ ୨.୭୧ ଲକ୍ଷ ଡୋଜ କରୋନା ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଶନିବାର ଦିନ ରାଜ୍ୟ ୨.୫ ଲକ୍ଷ ଡୋଜ ଟିକା ଗ୍ରହଣ କରିଥିଲା।

ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ୭୭୫ କେନ୍ଦ୍ର କାର୍ଯ୍ୟକ୍ଷମ ଥିବାବେଳେ ଟିକା ଅଭାବ ଯୋଗୁ ୭୦୦ କେନ୍ଦ୍ରରେ ଟିକାକରଣ ଅଭିଯାନ ବନ୍ଦ ହୋଇଯାଇଥିଲା।

Comments are closed.