Latest Odisha News

ଅକ୍ଟୋବର ସୁଦ୍ଧା ଭାରତକୁ ମିଳିପାରେ ଆଉ ପାଞ୍ଚ କରୋନା ଟିକା

ନୂଆଦିଲ୍ଲୀ: ଅଧିକରୁ ଅଧିକ ରାଜ୍ୟରେ କରୋନା ଟିକା ଡୋଜର ଅଭାବ ଦେଖାଉଥିବାରୁ କେନ୍ଦ୍ର ସରକାର ଟିକା ଉତ୍ପାଦନକୁ ବହୁଗୁଣିତ କରିବାକୁ ଦାବି କରିଛନ୍ତି।

ସରକାରୀ ସୂତ୍ର ମୁତାବିକ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଭାରତକୁ ଆଉ ପାଞ୍ଚ କରୋନା ଟିକା ମିଳିବାର ସମ୍ଭାବନା ରହିଛି। ଭାରତ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପ୍ରସ୍ତୁତ କରୁଛି।

ବର୍ତ୍ତମାନ ଭାରତରେ ୨ ଟି କୋଭିଡ-୧୯ ଟିକା ସ୍ଥାନୀୟ ଭାବରେ ଉତ୍ପାଦିତ ହେଉଛି। ତାହା ହେଉଛି କୋଭିଶିଲ୍ଡ ଏବଂ କୋଭାକ୍ସିନ। ଅକ୍ଟୋବର ୨୦୨୧ ସୁଦ୍ଧା ଭାରତକୁ ଆଉ ପାଞ୍ଚଟି ଟିକା ମିଳିଯିବ ବୋଲି ଆଶା କରାଯାଉଛି।

Comments are closed.