Latest Odisha News

BREAKING NEWS

Browsing Tag

Odia Poem

କବିତା : ଶେଷ ପୃଷ୍ଠା

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଆଉ କେତେଦିନ କ୍ରମଶଃ ସଢି ଯାଉଥିବା ଏଇ ମୃତଦେହ ଧରି ପାଦ ଘୋଷାରି ବୁଲୁଥିବି ? ନିଥର ଏଇ ଦେହରେ ମିଛ ରଙ୍ଗକୁ ବୋଳି ହୋଇ କେତେଦିନ ଆଉ ଉପଢୌକନ ବଦଳାଉଥିବି…? କୁହ… ମିଛ ମଣିଷ ବେଶରେ ଏମିତି ବଞ୍ଚିବାରେ କି ଲାଭ ?? କେହି ଜାଣିବା ପୂର୍ବରୁ…

କବିତା : ସ୍ବପ୍ନ ସବାରୀ

ତଫିଜୁଲ ହୋସେନ ଲକ୍ଷ ଲକ୍ଷ ସ୍ବପ୍ନ ଏମିତି ଏକା ସାଙ୍ଗରେ ପ୍ରତ୍ୟହ ଲକ୍ଷ୍ୟ ସ୍ଥଳ ସନ୍ଧାନରେ ବାହାରନ୍ତି କିଛି ଲୁହ, କିଛି କୋହ, କିଛି ଆଶା ଓ ଆଶଙ୍କାକୁ ନିଜ ହୃଦୟର ସନ୍ଧିରେ ଜାବୁଡ଼ି କିଏ ଜାଣିଛି ସେମାନେ କେଉଁ ଘନ ଅନ୍ଧାର ମଧ୍ୟରେ କେଉଁ ଅଜଣା ରାଇଜରେ କିମ୍ବା…

କବିତା : ଭିଜିବାର ସ୍ମୃତି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବରଷାରେ ଭିଜି ଓଦାସ୍ମୃତି ନେଇ ତୁମକୁ ଝୁରୁଛି ଆଜି , ମନେପଡେ ଆଜି ସେଇଦିନ କଥା ଆସିଥିଲ ତୁମେ ଭିଜି । ଓଦା ସରସର ଥରିଲା ମୁହଁକୁ ପୋଛିଥିଲି ସରାଗରେ, ତୁମ ଦେହ ବାସ୍ନା ରୁମାଲେ ସାଇତି ଝୁରିହୁଏ ବିଜନରେ । ବର୍ଷୁକୀ ସନ୍ଧ୍ୟାରେ ତୁମକଥା ମୋର…

କବିତା : ଆହେ ଗଜାନନ

 ସାଧନା ପଣ୍ଡା   ବିଘ୍ନ ବିନାଶନ ପାର୍ବତୀ ନନ୍ଦନ ଆହେ ପ୍ରଭୁ ଗଜାନନ ସିଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର ସର୍ବଗ୍ରେ ତବ ପୂଜନ। ସଂସାରରେ ଯଶ ଧନ ମାନ ଜନ କରୁଣାରୁ ତବ ମିଳେ ବିଦ୍ୟା ଦାତା ତୁମେ କରୁଣା ସାଗର ଫେଡ ଅଜ୍ଞାନକୁ ହେଳେ। କି ଦରବ ଦେଇ ପୂଜିବୁ ତୁମ୍ଭଙ୍କୁ ସବୁ ତ…

କବିତା : ମରିବାର ସୁଖ

ରାମକୃଷ୍ଣ ନିଦର ଡାକ ଶୁଭିଲେ ଅନ୍ଧାର ରଙ୍ଗମାଖେ ସ୍ବପ୍ନରେ ସ୍ବପ୍ନରେ ତିଆରିହୁଏ ଇନ୍ଦ୍ରଧନୁର ଗୋଟେ ବିଶାଳ ସାମ୍ରାଜ୍ୟ ରକ୍ତ ମାଂସ ହାଡରେ ନିଆଁଲାଗେ ସ୍ବପ୍ନର ଆଲିଙ୍ଗନରେ ତରଳି ବହିଯାଏ ମୁଁ ନିଆଁର ନଦୀ ପରି ସୀମିହୀନ ନିଶବ୍ଦତାର ମୁହାଣ ଆଡକୁ, ମୃତ୍ୟୁ ମୋର ପାଦରେ…

କବିତା : ଭୋଦୁଅ କଇଁ

ରାଜ କିଶୋର ନାୟକ କାଦୁଆ ମାଟିରେ ଭୋଦୁର କଇଁ ରଙ୍ଗ ଧୋବ ଫରଫର ଦିଦି ତୋଳୁଥିଲା ଭାଲୁକୁଣୀ ପାଇଁ ପଢି କେତେ ଯେ ମନ୍ତର ସେ ମନ୍ତ୍ରରେ ଥିଲା ଅନେକ ବେଦନା କୋହ ଭରା ମୁହୂର୍ତ୍ତର ଜୀବନର କିଛି ଅଭୁଲା ସ୍ମୃତିକୁ ମନ୍ଥୁଥିଲା ବାରମ୍ବାର ଯାଇଛି ସେ ବେଳ ଆସିବନି ଫେରି ତଥାପି ମନ…

କବିତା : କବିତା ଭଳି କିଛି

ସ୍ମୃତି ରଞ୍ଜନ ତ୍ରିପାଠୀ ସେ ଢ଼ୋକିଦେଲା ସବୁତକ ପାପ ଓଠର ପାସୋରିଗଲା ଅଭିମନ୍ତ୍ରିତ ଜପ ନ୍ୟାସ ରୁଦ୍ରାକ୍ଷରେ ଗଢା ନିଃଶ୍ୱାସର, ଗୋଟେ ଅଣ ଅକ୍ଷରକୁ ଜୀବନର ଅଭିଧାନରେ ସମ୍ଭୋଧିତ କରିବା ଏତେ ସହଜ ନଥିଲା ଯଦିଚ ବିଶ୍ୱାସକୁ ନିହାଣ ମୁନରେ ବାରମ୍ବାର ଆଘାତ ଦେଇ ମୂର୍ତ୍ତିଟିଏ…

କବିତା : ମଧ୍ଯାହ୍ନର ଛାଇ

ମାନସ ରଞ୍ଜନ ନାୟକ ଚିତ୍ତାକର୍ଷକ ଦିଶେ ସମୃଦ୍ଧ ସଭ୍ଯତାର ତୋରଣ ବିକାଶ ମନ୍ତ୍ରରେ କେତେ ମାନସିକତାର ମେଳଣ କଳଗାଉଣାରେ ମୁଖରିତ ସ୍ବାଚ୍ଛନ୍ଦ୍ଯର ମୂର୍ଚ୍ଛନା ମାଗଣା ଆହାର କେନ୍ଦ୍ରରୁ ରାମ ରାଜ୍ଯର କଳ୍ପନା। ଗୀତା ଛୁଇଁ ହୁଏ ସେ ସତ୍ଯ ନିଷ୍ଠାରେ ଅଭିମନ୍ତ୍ରିତ ଗାଦିରେ ବସୁ ବସୁ ହୁଏ…

କବିତା : ଛଳନାର ରଙ୍ଗ

ପ୍ରଲିପ୍ତା ଛୋଟରାୟ ନାରୀର ଚିତ୍କାର ତାର ହା ହା କାର ଯନ୍ତ୍ରଣା ସାଉଣ୍ଟେ ମନେ, ଦୁଃଖର ସମ୍ଭାର, କର ରକ୍ଷା କର, ଶବ୍ଦ କି ନ ଗୁଞ୍ଜେ କର୍ଣ୍ଣେ ? ଧନ୍ୟ କହିବ ସେ ସୁଖଭୋଗି ଜନେ, ଅନ୍ୟର କଷ୍ଟକୁ ପାଦେ ଦଳି ଯିଏ ଲିନ ବିଳାସ ବ୍ୟସନେ। ଅଗମ୍ୟ ଅରଣ୍ୟେ, କ୍ରୋଧାଗ୍ନି ବର୍ଷଣେ,…

କବିତା : ଜୀବନ ଯନ୍ତ୍ରଣା

ସାଧନା ପଣ୍ଡା  ରାତ୍ରିର ଜରାୟୁ ରେ ସକାଳ ର ଭ୍ରୁଣ କ୍ରମଶଃ ଉଦଗତ ନେବ ଜନ୍ମ ନବ ରୂପ ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ ବଢାଏ ପାଦ କ୍ରମାଗତ ପୃଥିବୀ ତ ବୁଲେନା ଆହ୍ନିକ ଗତିରେ, ସବୁ କିଛି ସ୍ତବ୍ଧ ହୁଏ ପବନ ବି ପଣିକିଆ ଭୁଲେ, ବିଚଳିତ ନିଜ ଅବସ୍ଥିତିରେ….! ନଦୀ ସିନା ବଢଇ ଆଗକୁ…