Latest Odisha News
Browsing Tag

Odia Poem

କବିତା : ତୃଷା

ମଞ୍ଜୁ ରାଣୀ ବେହେରା ନିରାଶାର ଧୂ ଧୂ ମରୁବାଲିରେ ଆଉ ପରିତ୍ଯକ୍ତ ଏକ ଜୀବନ ଅନେକ ଭାବନାର କୋଳାହଳ ସତ୍ୱେ ଚାରିଆଡ଼େ ନିସ୍ତବ୍ଧ ପୁରା ଶୂନଶାନ । ଆଞ୍ଜୁଳାଏ ଅସହାୟତାର କିଛି ଥକ୍କାପଣ ଆଉ ଅତୀତର ସେଇ ଅଫେରା ମୂହୂର୍ତ୍ତରୁ କିଛି ଆହତ ସ୍ୱପ୍ନର ମୃଦୁ ଗୁଞ୍ଜରଣ। ବାସ୍, କିଛି ଦୂର…

କବିତା : ନାରୀ ଜୀବନର ସ୍ୱର

ପ୍ରିୟମ୍ବଦା ସାମଲ  ପ୍ରତ୍ୟୁଷର ଆଗମନ ପୂର୍ବରୁ ରାତ୍ରିର ନିସ୍ତବ୍ଧ ପ୍ରହର ଯାଏଁ ଝରଣା ପରି ପ୍ରବାହମାନ କାର୍ଯ୍ୟରତ ଦାୟିତ୍ଵର ନିବିଡ଼ ବନ୍ଧନେ ଅବସନ୍ନ କ୍ଳାନ୍ତ ଜରାଜୀର୍ଣ୍ଣ ତନୁ ମନରେ ଏତେ ମହକ ଆସେ କିପରି ହସୁଥାଏ ରସୁଥାଏ ମୋହୁଥାଏ ତାର ପରିପାର୍ଶ୍ୱକୁ ଆଖ ପାଖର ଜନମନକୁ।…

କବିତା : ସମ୍ପର୍କ ସେତୁ

ବିନୋଦିନୀ ଦାଶ  ସମ୍ପର୍କ-ଧନଟି ନ ହୁଅଇ ଊଣା ଥିଲେ ପ୍ରେମ ଆନ୍ତରିକତା ଜୀଇଁଥିବା ଯାଏ ତାହାକୁ ସାଉଁଟି ମିଳେ ଜୀବନ ସାର୍ଥକତା ତେଣୁ ସେ ଧନେ ଧନିକେ ଯେ ଗଣା ହୁଅଇ ସମାଜ ଚକ୍ଷୁରେ ଅରଜି ସୁଖ୍ୟାତି ଦର୍ପଣ ସଦୃଶ ରହଇ । ଆଦର କରନ୍ତି ତାହାକୁ ସଭିଏଁ ଗୃହ ଭଲମନ୍ଦ ପଚାରି ଉଚିତ୍…

କବିତା : ପ୍ରଶ୍ନ

ସ୍ଵର୍ଣ୍ଣଲତା ମହାପାତ୍ର  ମୁଁ ଆଜି ପୁଣି ବିଭକ୍ତ ତୁମେ ଫେଡିଦେଇଛ ତୁମ ଅସ୍ତିତ୍ବରୁ, ଭାବନାରୁ ଦୂରେଇ ଦେଇଛ ବହୁ ଆଗରୁ। ମୁଁ ଜାଣେ... ହସ ଅଛି, ଲୁହ ଅଛି, ପ୍ରତିଶ୍ରୁତି ଅଛି, ଅଛି ତ..ସବୁ ଅଛି ତୁମଠାରୁ ଯାହା ପାଇଛି, ସେ କେବଳ ଛଳନାରେ ତୁମେ ଦେଇ ନାହଁ କିଛି, ମୁଁ…

କବିତା : ହୃଦୟକୁ ଥାପି ହୃଦୟରେ

ସାଧନା ପଣ୍ଡା ହୃଦୟକୁ ଥାପି ହୃଦୟରେ ସ୍ୱପ୍ନର ହିଡ ବାଟେ ଚାଲୁ ଚାଲୁ ବାଟ ହୁଡିଯାଏ , ଅନ୍ଧାରକୁ ପାନ କରେ ଆକୁଳ ଭଙ୍ଗୀରେ ଓଠରେ ନୈଶ- ବର୍ଣ୍ଣମାଳା ଲାଗିଥାଏ ନିବିଡ଼ ଭାବରେ..... , କୁହୁଡି ଢାଙ୍କିଦିଏ ବିରହର ମୁହଁ ମୃତ୍ୟୁ ଓ ଜୀବନର ମଧ୍ୟବର୍ତ୍ତୀ ଇଲାକା ଶିଉଳି ପରି…

କବିତା : ବାପୁ

ଗଦାଧର ସାହୁ  ହେ ବାପୁ ତୁମେ ଅହିଂସା ପୂଜାରୀ, ଶାନ୍ତିର ସତ୍ଯାଗ୍ରହୀ । ସତ୍ଯ ଅହିଂସାର ପଥରେ ଚାଲିଲ ବିଶ୍ବ ପ୍ରେମ ମନ୍ତ୍ର ଗାଇ । କଳା ଗୋରା ଭାବ ତୁମେ ଦୂରେଇଲ ଶ୍ୱେତାଙ୍ଗ ବିରୁଦ୍ଧେ ଲଢି, ଯିଏ ଘୃଣାକଲା ତାକୁ ଭଲପାଇ ଘୃଣାଭାବ ଦେଲ ତଡି । ଫିରିଙ୍ଗି ଆସିଲା ଭାରତ…

କବିତା : ମୋ ଅବର୍ତ୍ତମାନରେ

ମିରୀନା ମହାନ୍ତି ମୋ ଅବର୍ତ୍ତମାନରେ ଖୋଜିବ ନିଶ୍ଚୟ ମୋତେ। ଅନେକ ଦିନ ହେଲା ପଛ କରିଦେଇଛ, ଆସ, ଏଇ ମୁହୂର୍ତ୍ତକୁ ମୁଠାଇ ନିଅ ହାତ ପାପୁଲିରେ। । ମନେ ପଡୁଥିବ ମିଠାସ୍ମୃତି ସବୁ ହୃଦୟ ବି ଭାଙ୍ଗୁଥିବ ଚୁନା ଚୁନା ହୋଇ ଦେଖିବାକୁ ମୁଁ ତ ନଥିବି ଆସ, ବରଂ ବାଣ୍ଟିନେବା…

କବିତା : ତଥାପି ଜୀବନ

ସାଗରିକା ଦାସ  ମୋର ଏକାନ୍ତ ମୂହୁର୍ତ୍ତ ସବୁ ଆଉ ମୋର୍ ହୋଇନାହିଁ ସେଥିରେ ଅତିଥି ଯେ ତୁମେ ! ସମୟର ଅଦ୍ଭୁତ ଟାଣଟୁଣ କର୍ତ୍ତବ୍ୟ ତା ଛଳନାରେ ବାହିନିଏ ଜୀବନ , ତା’ରି ଫାଙ୍କରେ ଅଳ୍ପଗଳ୍ପ୍ ନିଜସହ ନୀରବ ,ପ୍ରତିକ୍ରିୟାବିହୀନ ,ସ୍ବଛ…. ସେତିକି ସମୟବି ଛଡ଼େଇନେଲ ତୁମେ ? ଇସ୍ କି…

କବିତା : କେନ୍ଦ୍ରରେ ତୁମେ

ରାଜ କିଶୋର ଦାସ  ତୁମ ଆଡ଼କୁ ହାତ ଟେକି ବୁଡ଼ି, ବୁଡ଼ି, ଯାଉଥିଲା ବେଳେ, ବିଶ୍ଵାସ ଥାଏ, ତୁମେ ହାତ ବଢ଼େଇବ, ଉଦ୍ଧାରିବ ! ମିଛ । ବୁଡ଼େଇବାରେ ସିଦ୍ଧ ତୁମେ ହସ ନ’ଆସିଲେ ବି, ହସୁଥାଅ, କିଏ ବୁଡ଼ିଲେ, ଭାସିଲେ, ତୁମର ଯାଏ ଆସେ କେତେ ? ଚନ୍ଦନରେ, ଭେଳାରେ, ହାନ୍ଦୋଳାରେ…

କବିତା : ନଈର ଡାକ

ପଞ୍ଚାନନ ମିଶ୍ର  ନିର୍ଜନତା ଘୁଞ୍ଚେନାହିଁ ତା’ସ୍ଥାନରୁ ନିଶ୍ଚଳ ମୁହୂର୍ତ୍ତ ଅସ୍ତାଚଳେ ସୂର୍ଯ୍ୟ ନିରୋଳା ନଈପଠା ଫେରନ୍ତା ପକ୍ଷୀଙ୍କ ଶୋଭାଯାତ୍ରାରେ ସାମିଲ ପବନର ଅଦୃଶ୍ୟ ସମର୍ଥନ ଓ ସ୍ୱୀକୃତି ଯାହା ଭାସିଆସେ ପାହାଡ଼ର ସେପାରିରୁ। ମନ୍ଦ ମନ୍ଦ ପୁଲକଭରା ଢେଉ ତା’ର ଛୁଉଁଥାଏ…