Latest Odisha News
Browsing Tag

Odia Poem

କବିତା : ଡିମିରି ଫୁଲ

ରତ୍ନାକର ରାଉତ ଜୀଇଁ ରହିବା କ'ଣ ଜୀବନ ? ନନ୍ଦ ଦାସ ଭାବୁଛି ସମସ୍ତେ ଦେଖୁଛନ୍ତି ସେ ଜୀଇଁଛି ଜୀଇଁବା ଅର୍ଥ କଣ ଜୀବନକୁ ବଞ୍ଚିବା? ସେ ନିଜେ ଜାଣେ ସେ ମରି ସାରିଛି ଅନେକ ଆଗରୁ ଯେଉଁଦିନ ସେ ତାର ସ୍ବାଧୀନ ଅଭିବ୍ୟକ୍ତି ଓ ସ୍ଵାଧୀନ ଚେତା ମନକୁ ବନ୍ଧା ପକେଇ ପ୍ରତିଦାନରେ…

କବିତା : ଏକାକୀତ୍ଵ

ମଞ୍ଜୁ ରାଣୀ ବେହେରା  କେଜାଣି କାହିଁକି ସେଇ ଚିହ୍ନା ଚିହ୍ନା ଭିଡ଼ରେ ବି ନିଜକୁ ଖୁବ୍ ଏକଲା ପାଏ। ଆତ୍ମୀୟତାର ମୁହଁ ଖୋଜୁ ଖୋଜୁ ଅସ୍ପଷ୍ଟ ଆବେଗ ସବୁ ମେଘାଚ୍ଛନ୍ନ ଆକାଶରେ ହତାଶାର ଧୁମ୍ରାଭ କୁହେଳିକା ପାଲଟିଯାଏ। ମୁଁ ସେମିତି ଠିଆ ହୋଇଥାଏ ପୁରା ଚୁପଚାପ୍ ଆଞ୍ଜୁଲାଏ…

କବିତା : ପାଦଚିହ୍ନ

ରାଜ କିଶୋର ଦାସ  ପାଦକଥା କ’ଣ ବା କହିହେବ ଏକଥା ସତ୍ୟ ଯେ, ମୋଠୁ, ଆମଠୁ ତୁମେ ପାଦେ ଅଧିକା । ନଖ କୋଣରୁ ବୁହାଇ ପାର ନଈ ସମୁଦ୍ର ଉପରେ ଉପରେ ବେଶ୍ ପାଦଥାପି ଚାଲିପାର, ବହୁ ଚିତ୍ରବିଚିତ୍ରର ତଳିପା ! ଭୂମିରେ କେବେ ତୁମ ପାଦ ଲାଗିଛି ଜାଣେନା, ମୋ ଛାତି ସାରା କିନ୍ତୁ ବିଛେଇ…

କବିତା : ଶ୍ରାବଣର ଶାମୁକାଏ ଶିହରଣ

ସୁଜାତା ମିଶ୍ର ମେଘମାଳାର ଲାସ୍ୟମୟୀ ଋତୁ ପିନ୍ଧି ନେଇଛି ସବୁଜ ଶିଫନ୍ ଶାଢ଼ୀ, ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି ଫୁଲକରୀ ଏମ୍ବ୍ରୋଡରି .. ଠା ଠା କରି.., ପୁଳା ପୁଳା ରକ୍ତିମ ଶିହରଣରେ ପ୍ରକୃତିର ସାବଜା ପଣତ ଯାଇଛି ଭରି ..! ଶାଗୁଆ ଘାସର ଲାଲ୍ ପରୀ ଟୋପାଏ ଶ୍ରାବଣ…

କବିତା : ବାପା

ସଞ୍ଜିତା ପ୍ରଧାନ  ବାପା ! ବ୍ରହ୍ମାଣ୍ଡର ଶ୍ରେଷ୍ଠ ଶବ୍ଦକୋଷ ସେଠି ଶବ୍ଦମାନେ ଯେତେଯେତେ କ୍ଲିଷ୍ଟ ଭାବାର୍ଥର ଗଭୀରତା ସେତେସେତେ ମିଷ୍ଟ । ସେଇ ଶବ୍ଦରେ ଗଢ଼ିହୁଏ ଅନେକ ଗପର ସହର କବିତାର ମନୋରମ ଗାଁ, ପଂକ୍ତିମାନେ ନିମିଷକେ ପାଲଟିଯାଆନ୍ତି ପ୍ରଜାପତି ଧାଡ଼ିସବୁ ମହୁମାଛି…

କବିତା : ଗୁମର

ରାମକୃଷ୍ଣ  ଏବେ ନୁହେଁ ଆମେ ବିଦାୟ ନେବାର କେତେ ବର୍ଷ ପରେ ହୁଏତ କେତେ ଶତାବ୍ଦୀ ପରେ ଯେତେବେଳେ ଆମର ବଂଶଧରମାନେ ଡେଣା ବାନ୍ଧି ବସବାସ କରୁଥିବେ ଆକାଶରେ ପାଚିଲା ଫଳ ପରି ଆମର ପୃଥିବୀ ଝଡିବ ଝଡିବ ହୋଇ ଝୁଲୁଥିବ ଶୂନ୍ୟରେ ସେତେବେଳେ ଫିଟିବ ସବୁ ଗୁମର ସେ ସବୁ ଦୃଶ୍ୟର ଯାହାକୁ…

କବିତା : ମୌସୁମୀ ଧରାରେ ହସେ

ରାଜ କିଶୋର ନାୟକ ଯୂଇ ଜାଇ ହେନା କଦମ୍ବ ଫୁଟନ୍ତି ବରଷା ତ ଯେବେ ଆସେ ବାସ ଚହଟାଇ ସଜ ମଲ୍ଲୀ ଫୁଲେ ମୌସୁମୀ ଧରାରେ ହସେ (୦) ଯାଇଛି ନିଦାଘ ଆସିଅଛି ଏବେ ଆଷାଢ ବରଷା ଟୋପା ଟୋପା ନୁହେଁ ସେତ ମୁକ୍ତାର ଝଲକ ଧରା ପୃଷ୍ଠ ଅପରୂପା ସବୁଜ ଘାସରେ ମୋତି ମାଣିକର ସତେକି ପସରା ବସେ…

କବିତା : ପ୍ରତୀକ୍ଷା

ପଞ୍ଚାନନ ମିଶ୍ର ମୁଁ ବସି ରହିଥିବି ଏଠି ଏଇ ନଈକୂଳେ ଚାହିଁ ରହିଥିବି ତମ ଫେରିବା ରାସ୍ତାକୁ ନଈ ସେପାରିରୁ । କିଛି ମୂହୁର୍ତ୍ତ ପରେ ଅବଶ୍ୟ ଦିଶିବ ନୌକାଟିଏ ସେ ନୌକାରେ ଜଣେ ଅନିନ୍ଦ୍ୟସୁନ୍ଦରୀ ତୁମ ପରି ଆସୁଥିବ ନୌକା ବାହି ଧୀରେ ଧୀରେ ହାତରେ ଥିବ ଆହୁଲା କାଟି କାଟି ଜଳର…

କବିତା : ଐଶାନ୍ୟ ଈଶ୍ୱର

ବଳରାମ ପୂଜାରୀ ପ୍ରୟାଣ ପାରିଧିରୁ ଫେରୁଥିଲେ ସବୁତକ ପ୍ରତାରିତ ପ୍ରାରବ୍ଧ , ଆଞୁଳାଏ ପରମାୟୁ ପ୍ରତୀକ୍ଷାରେ ବାଟବଣା ? ବାଟ ମାରଣିଆଁ ବେଣା ଚେରିଆ ନିଅଣ୍ଟିଆ ନିଃଶ୍ଵାସ ! ଅପହୃତ ଅଣନିଃଶ୍ବାସୀ ଏଠି ? ସବୁତକ ଆମନ୍ତ୍ରିତ ଅଣସ୍ଵିକୃତ ଆୟୁଷ ? ପହଡ଼ ପକାଉଥିଲେ, ଅମୁହାଁ…

କବିତା : ମୁଁ ଛାର ମଣିଷ

ଭାରତୀ ସରିତା ମହାନ୍ତି ଲେଖିଥିଲ ଭାଗ୍ୟ ହେ ପରମେଶ୍ବର ସାଥୀ ହେବ ଆଖି ଲୁହ ମମତାର ମୂଲ ବୁଝିବେନି କେହି କାହିଁ ଜନ୍ମ ଦେଲ କୁହ। ଅମାବସ୍ୟା ପରେ ଆସଇ ପୂର୍ଣ୍ଣିମା ସୁଖ ପରେ ଆସେ ଦୁଃଖ ମଣିଷଟିଏ ଯେ ସାଜୁଛି ପଥର ତୁମକୁ ଲାଗୁଛି ସୁଖ। ପାପୀ ତରିଯାଏ ତୁମ ନାମ ଧରି କେମିତି…