Latest Odisha News
Browsing Tag

Odia Poem

କବିତା:ପ୍ରେମିକ

ଦିପୁନ୍ ପୁହାଣ ଶେଷକୁ ମୁଁ ତା'ର ନାଁ ଦେଲି 'ନଦୀ', ସେ ଖାଲି ଅଳପ ହସିଲା ଓ ବୋଧ ଦିଆ କୁନି ଶିଶୁଟି ପରି ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ.. ଆରମ୍ଭରୁ ମୁଁ ତାକୁ 'ଜହ୍ନ' ବୋଲି ଡାକିଥିଲି, ଅତୁଟ ସ୍ନେହରେ.. ସେତେବେଳେ ସେ ସତେଜ ଦିଶୁଥିଲା, ତା' ଦେହଯାକ ଭରିଥିଲା…

କବିତା:ସବୁ ତୁମ ପାଇଁ

ଅମ୍ବିକେଶ ରାଉତ ତୁମେ ହସ କେବେ ଲୁହ କେବେ ସମୁଦ୍ରଏ କୋହ ତ ପୁଣି କେବେ ମୋ ବଞ୍ଚିବାର ମୋହ । ମୁଁ ଭାଙ୍ଗେ ତୁମକୁ ତୁମେ କିନ୍ତୁ ଗଢିଛ ଗଢି ଚାଲିଛ ଅହରହ । ମୁଁ ଡରେ, ଡରାଏ ତୁମେ କିନ୍ତୁ ବୁଝ, ବୁଝାଅ କେବେ ମୁଁ ନିଆଁ ହେଲେ, ତୁମେ ଜଳ ମୁଁ ତ ଅବୁଝା , ତୁମେ ବି ହେଲ ।…

କବିତା- ଭାଗ୍ୟଫଳ

ରାଜଲଷ୍ମୀ ତ୍ରିପାଠୀ ଫଳକ ଟି ଝୁଲୁଛି ଝଲସୁଛନ୍ତି ଦିବ୍ୟଚିତ୍ରମାନ କାଠ ଉପରେ କଟା ସରୁ ଲମ୍ବା ରାସ୍ତା କିଏ ଜାଣେ ମିଶିଛି ସେ କେଉଁଠି ଏକ ବୃତ୍ତାକାର ମଣ୍ଡଳ ରେ। ବାସନାରେ ରୁନ୍ଧିହୋଇ ଅନାଇଁ ରହିଛି ସେ ମୁକ ଏକ କକ୍ଷପଥକୁ ବଂଚି ରହିଛି ଝୁମ୍ପୁଡି ର ଭାଗ୍ୟ ପରି ଏକ ଦୁଃଖାନ୍ତ…

କବିତା:ଶୁଣୁଛି ବୋଲିତ ତୁମକୁ

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ) ଶୁଣୁଛି ବୋଲିତ ତୁମକୁ ଫେରୁଛି ମୁଁ ପୃଥିବୀକୁ ବାରମ୍ବାର ଆଡେଇ ମୋକ୍ଷକୁ ଯୋଗାଡି ନେଉଛି ଦେହଟେ ନପଚାରି ଜାତି,ଧର୍ମ,ବର୍ଣ୍ଣ, ନବିଚାରି ପ୍ରାନ୍ତ ଓ ପ୍ରଦେଶ। ଶୁଣୁଛି ବୋଲିତ ତୁମକୁ ନିବିଷ୍ଟ ମଧୁମକ୍ଷୀଟିଏ ପରି ପଳପଳ ପିଉଛି ଜୀବନର ବିଷାକ୍ତ…

କବିତା:କବି

ହିମାଂଶୁ ଆଚାରୀ କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ…

ନୂଆ ବରଷ ହେ ଆସିଛ

ଶୀତ ସକାଳର ପହିଲି ଖରାରେ ନୂଆ ବରଷ ହେ ଆସିଛ ମୁହଁ ଫୁଲେଇ ଲୁହ ଝରେଇ ମନ ମାରି କିଆଁ ବସିଛ? ଜଣା ଆମକୁ , ନଥିଲା ଭଲ ଗଲା ବରଷ ଯାକ ରୋଗ ଦାଉରେ ପଡ଼ି ସମସ୍ତେ ଭୁଲିଲେ ଶୋଷ ଭୋକ।। ଖୋଲିଲା ନାହିଁ ବିଦ୍ୟାଳୟ କି ହେଲାନି କିଛି ଯାତ ମନ ମାରିକି ରହିଲୁ ଆମେ…

କବିତା:ଅସତ୍ୟ ସହର

ଅନୀତା ଦାସ ଅସତ୍ୟ ସହର ,ଏ ଅସତ୍ୟ ସହର, ସତ୍ୟର ବଦଳେ ହୁଏ ଏଠି ମିଥ୍ୟା ର ପ୍ରଚାର। ମୃତ୍ୟୁ ଆସେ ଅକସ୍ମାତ ପ୍ରତି ଘରେ ଘରେ, ଜନ୍ମ ପୂର୍ବରୁ ଶ୍ୱାସ ରୁଦ୍ଧ ହୁଏ କେତେ ପ୍ରାଣର। ଅସତ୍ୟ ସହର ଏ ଅସତ୍ୟ ସହର, ମାନବିକତାର ହତ୍ୟା ହୁଏ ଏଠି ପ୍ରତି ମୂହୁର୍ତ୍ତ ରେ। ଧର୍ମ…

ସ୍ଵରବର୍ଣ୍ଣ

✍?ସୁପ୍ରିୟା ପଣ୍ଡା  ଅ ରେ ଅରଟ , ଆ ରେ ଆତ ପଢ଼ିବା ଲେଖିବା ଗାଇବା ଗୀତ । ଇ ରେ ଇଟା ପୁଣି ଈ ରେ ଈଷ ଖେଳ ପରେ ପାଠ ପଢ଼ିବା ଆସ। ହର୍ଷ ଉ ରେ ଉଇ ,ଦୀର୍ଘ ଊ ରେ ଊଖଲ ଛୁକୁ ଛୁକୁ କରି ଚାଲୁଥାଏ ରେଳ। ଋ ରେ ଋଷି, ଋ ରେ ଋଣ ଗୁରୁଙ୍କ କଥା କୁ ସଭିଏଁ ଶୁଣ। ଏ ରେ ଏକ,  ଐ ରେ ଐର…

କବିତା : ଅଧାନକ୍ସା ଘର

ହରପ୍ରସାଦ ମହାପାତ୍ର ଲୁହ ଓ ଲହୁର ରଙ୍ଗରେ ତିଆରିଲି ଘର । ବାପାଙ୍କୁ କଲି ମଝିଖୁଂଟ ବୋଉକୁ ଚୁଲି ଝିଙ୍କା ଦୁଃଖକୁ ଆଟିକା ବୟସକୁ ଚୁଲିମୁଣ୍ଡେ ଜାଳ ଲୁହକୁ ହାଣ୍ଡିର ଚାଉଳ, ତମେ ହେଲ ଘରର ଚାବିନେନ୍ଥା । ବାପା ଏବେ ମଥାନ ଉପର ଆକାଶର ତାରା, ବୋଉ ଏବେ ତୁଳସୀ ଚଉରା ତମେ ଆଉ…

କବିତା :ମନ ମନ୍ଦିର

ବିନୋଦିନୀ ଦାଶ  ମନ ମୋ ମନ୍ଦିର ହୃଦ ସିଂହାସନ ତୁମେ ସେଠି ନିତ୍ୟ ବାସ, ଭାବର ଚନ୍ଦନ ବୋଳି ଭଗବାନ ହୁଏ ମୁଁ ନିତି ହରଷ । ନୟନ ବାରିରେ ପଦ ଧୌତ କରି ସଜାଇ ଭକ୍ତି ପୁଷ୍ପରେ, ପୁଲକିତ ହୃଦେ ସୁଖଦୁଃଖ ମାଳା ଗଳାଏ ତୁମ ଗଳାରେ । ଅତି ଶୋଭାବନ ଦିଶ ମୋ ନୟନେ ମନ୍ଦିର ମୋ ଯାଏ…