Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା: ଗୋଧୂଳି ଲଗନେ

ରାଧାମୋହନ ପାଣିଗ୍ରାହୀ ଗୋଧୂଳି ଲଗନେ ମନ ଉପବନେ ତୁମରି ଭାବନା ଯେବେ ଆସେ ଉଲ୍ଲସିତ ହୃଦ କଳା ମେଘ ସମ ପ୍ରେମେ ପୁଲକିତ ହୋଇ ଭାଷେ। ତୁମେ ସଖି ଯେବେ ବେଶି ମନେ ପଡ ହଜିଯାଏ ଚକ୍ଷୁ ସବୁ ସ୍ବପ୍ନ ହୃଦୟ ଝରକା ଖୋଲେ ନିରନ୍ତର ତୁମ କଥା ଭାବି ହୋଇ ମଗ୍ନ। ତୁମ ଭାବନାରେ…

କବିତା: ଧନୁରେ ଧନ୍ୟ ଉତ୍କଳ ଧାମ

✍ ସନ୍ତୋଷ ପଟ୍ଟନାୟକ ଶୀତ ସକାଳର କାକର ଟୋପାରେ ଭିଜି ଯାଇଥିଲା ଧରଣୀ କାନୀ ସୁରୁଜ ଦେବତା ଦୟା ପରଶିଲେ ହୃଦ କନ୍ଦରରୁ କିରଣ ବୁଣି.... ଧର୍ମ ଦେବତାଙ୍କ ଧରମ କାମରେ ଝଲିସି ଉଠିଲେ ଧରଣୀ ରାଣୀ ନାରୀଙ୍କ ସୁନ୍ଦର ନାରୀଙ୍କ ସମ୍ମାନ ବଢଇ ପାଇଲେ ପୁରୁଷ ମଣି.... ଉତ୍କଳୀ ପରଖି…

କବିତା: ଶୀତ

କିରଣ ମନୀଷା ମହାନ୍ତି ଶୀତଟା ଗୋଟେ ଜିଦିଆ ପ୍ରେମିକ ଭାରି ତାର ଜିଦି ତା ପାଖରେ ପାଇବାକୁ ମତେ ଯେମିତି ସନ୍ଧ୍ୟା ନଇଁଆସେ ଚଗଲା ପ୍ରେମିକ ସେ ମୋର ଚୁପ ଚାପ ଧାଇଁ ଆସେ ଆଖିରେ ଆଖି ମିଶେଇ ତା ଓଠର ସ୍ପର୍ଶରେ ମଧୁରତା ତା ଆଲିଙ୍ଗନ ରେ ନିଜର ପଣ ଭରି ମୋ ଦେହକୁ କୋଳେଇ…

ଗପ: ବାଜେ ଲୋକଟା

ଶ୍ୱେତପଦ୍ମା ପାଢ଼ୀ                                                                                    ମଙ୍ଗୁ ଖୁବ୍ କାମିକା ରାଜ ମିସ୍ତ୍ରୀ । ଅନ୍ୟ ମିସ୍ତ୍ରୀ ଯୋଉ କାମକୁ ତିନି ଚାରି ଦିନରେ କରିବେ ମଙ୍ଗୁ ତାକୁ ଗୋଟେ ଦିନରେ ସାରିବ । ସକାଳ ଆଠ କି ନ ଟା ସୁଦ୍ଧା…

କବିତା : ଆଶାର ଆଲୋକ

କୁନ୍ତି ଦେବୀ ଶବର ଜୀବନେ ଯେତେବେଳେ ବୋହିଯାଏ ଦୁଃଖର କଳା ବାଦଲ, ଠିକ ସେତିକି ବେଳେ.... ଜୀବନଟା ହୋଇଯାଏ ଯେମିତି ନିସ୍ତବ୍ଧ ଆଉ ଅନ୍ଧକାର। ରାତ୍ରି ର ଅନ୍ଧକାରେ ହଜିଯାଏ ଯେପରି ଦିନ ର କୋଳାହଳ ତଥା ..., ପ୍ରଳାପ ଆଉ ଆଳାପ, ସେହିପରି ଜୀବନ ର ଅନ୍ଧକାରେ ହଜିଯାଏ…

କବିତା: କବି

ନିରଞ୍ଜନ ନାୟକ ସେ ନିରପେକ୍ଷ ନିଡର ଅପରିଚିତ ଭିତରେ ପରିଚିତର ସଂଜ୍ଞା ନିର୍ବାହ କରୁଥିବା ଶବ୍ଦଟିଏ ଭାବନା ଚିନ୍ତା ଚେତନାର ଅନ୍ତଃସ୍ବର ଅନ୍ୟାୟ ଦୁର୍ନୀତି ଅତ୍ୟାଚାର ଶୋଷଣ ବିମୁଖ ର ସ୍ରୋତ ସେ ପ୍ରକୃତି ଈଶ୍ବର ମାନବବାଦର ପ୍ରକୃତ ପ୍ରତିବଦ୍ଧତା ଓ ପ୍ରତିବାଦର ସ୍ବରଟିଏ…

କବିତା: ଫେରିଲା ଶୀତ

ଶିଵ ସୁନ୍ଦର ପାଣିଗ୍ରାହୀ ଦେଖ ପ୍ରିୟତମା ପଶ୍ଚିମ ଦିଗକୁ , ଅରୁଣ ଗଲାଣି ବୁଡି । ନୀଡମୁହାଁ ହୋଇ ବିହଙ୍ଗ ଦଳଏ ଫେରି ଆସୁଛନ୍ତି ଉଡି । ଦାଣ୍ଡରେ ଦେଖ ଯେ ଗୋଧୂଳିର ବାସ, ଗୋମାତା ଆସେ ବାହୁଡ଼ି । ଉତ୍ତରାପବନ ଥିରିଥିରି ବହେ, ଖଣ୍ଡିମେଘ ନିଏତଡି । ବଗିଚାରେ ଦେଖ ପୁଣି…

କବିତା : “ଚାଷ ଓ ଚାଷୀଭାଇ”

ଝରଣା ବାରିକ ମୁହିଁ ବି ଯବାନ ମୁହିଁ ବି କିଷାନ ଚାଷୀ କୁଳେ ମୋର ଜନ୍ମ ମୋ ଗାଁ ମୁଣ୍ଡରେ ଦୁଇ ମାଣ ଜମି ସେଥିରେ କରଇ ଶ୍ରମ l ଏହି ଗାଆଁରେ ମୋ ବିତିଲା ଶୈଶବ କିଶୋର ବି ଗଲା ସରି ଯୌବନରେ ମୁଁ ପଦାର୍ପଣ କରି ଚାଷ କାମ ଗଲି କରି l ଲହୁ ଢାଳି ମୁହିଁ ନିଜେ କଲି ଚାଷ ମାଟି…

ଗପ: ଅନ୍ଧାରର ଲୁହ

ଦୀପିକା ଦାଶ ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି ମନ୍ଥି ସିଏ ଡ୍ର' ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା…

କବିତା : “ନୂଆ ସକାଳ”

ଅମୂଲ୍ୟ କୁମାର ପଣ୍ଡା ପ୍ରୀତି ନଈ ଧାରେ ଗୋଟିଏ ବନ ଘନ ବନ ମଧ୍ୟେ ନାହିଁ ଯେ ଜନ ପକ୍ଷୀ ଦୁଇ ତୋଳି ଥିଲେ ଟି ଘର ନଥିଲା ସେଇଠି ଆପଣା ପର । ପ୍ରେମ ପ୍ରଣୟରେ ମାତିଲେ ଦୁହେଁ ହସିଲା ଘରଟି ଖୁସିର ସୁଏ ଜନ୍ମିଲା ପକ୍ଷୀଙ୍କ ନନ୍ଦନ ଦୁଇ ବିନୋଦ ରଚାନ୍ତି ମାଆକୁ ଛୁଇଁ । କୁମର…