ଅନୁବାଦ କବିତା : ଉଲଗ୍ନ ରାଜା
ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ
ଅନୁବାଦ : ସରଳ କୁମାର ଦାସ
ସମସ୍ତେ ଦେଖୁଛନ୍ତି ଯେ, ରାଜା ଉଲଗ୍ନ, ତଥାପି
ସମସ୍ତେ ହାତତାଳି ମାରୁଛନ୍ତି ।
ସମସ୍ତେ ଚିତ୍କାର କରୁଛନ୍ତି, ସାବାସ, ସାବାସ !
କାହାରି ମନରେ ସଂସ୍କାର, କାହାରି ଭୟ;
କିଏ ବା ନିଜ ବୁଦ୍ଧିକୁ ଅନ୍ୟ ମଣିଷ…