ସନେଟ : ବଧୂ
ରବି ପଣ୍ଡା
ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ
ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ
ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ
ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ।
ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ…