ଅନୁବାଦ କବିତା : ଟିଉଟୋରିଆଲ
ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ
ଅନୁବାଦ : ସରଳ କୁମାର ଦାସ
ତତେ ରଖିବାକୁ ହେବ ଶତକଡା ନବେରୁ ବେଶି
ତତେ ହେବାକୁ ହିଁ ହେବ କେବଳ ପ୍ରଥମ
ତା’ ବଦଳରେ ମାତ୍ର ପଞ୍ଚାଅଶି !
ପାଞ୍ଚ ନମ୍ୱର କମିଲା କାହିଁକି ? କାହିଁକି କମ ?
ଏଇଥିପାଇଁ ମୁଁ ପ୍ରତିଦିନ ଝାଳନାଳ ହେଇ ଖଟୁଛି ?
ଏଇଥିପାଇଁ…