Latest Odisha News

BREAKING NEWS

ଭାରତର ନାନ୍ ଓ ଚନା ମସାଲାକୁ ତାଇୱାନ୍ ରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଗୋଟିଏ ପଟ‌େ ଚୀନ୍ ସହ ତାଇୱାନ୍‌ର ବିବାଦ ଚାଲିଥିବାବେଳେ ତାଇୱାନ୍‌ର ଭାରତ ପ୍ରତି ଅହେତୁକ ପ୍ରେମ ଦେଖିବାକୁ ମିଳିଛି। ବର୍ତ୍ତମାନ ପୁଣି ଥରେ ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ୍‌ ୱେନ୍‌ଙ୍କୁ ଭାରତୀୟ ସଂସ୍କୃତି ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଛି।

ତାଇୱାନ୍‌ର ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ ସେ ଭାରତୀୟ ଖାଦ୍ୟ ଏବଂ ଚା ବହୁତ ପସନ୍ଦ କରନ୍ତି। କେବଳ ଏତିକି ନୁହେଁ, ତାଇୱାନର ରାଷ୍ଟ୍ରପତି ୱେନ୍ କହିଛନ୍ତି ଯେ ସେ ପ୍ରାୟତଃ ଚନା ମସାଲା ଏବଂ ନାନ୍‌ ଖାଇବାକୁ ଭାରତୀୟ ରେସ୍ତୋରଁକୁ ଅଧିକାଂଶ ସମୟରେ ଯାଆନ୍ତି।

ସେ ତାଇୱାନ୍‌ରେ ଥିବା ଭାରତୀୟ ରେସ୍ତୋରାଁକୁ ମଧ୍ୟ ପ୍ରଶଂସା କରିଥିଲେ। ସେ ଲେଖିଛନ୍ତି, ତାଇୱାନ୍‌ ଭାଗ୍ୟଶାଳୀ ଯେ ଏଠାରେ ଅନେକ ଭାରତୀୟ ରେସ୍ତୋରାଁ ଅଛି ଏବଂ ତାଇୱାନ୍‌ର ଲୋକମାନେ ସେମାନଙ୍କୁ ଭଲ ପାଆନ୍ତି।

ମୁଁ ନିଜେ ସବୁବେଳେ ଚନା ମସାଲା ଏବଂ ନାନ୍ ଖାଇବାକୁ ଯାଏ ଏବଂ ଚା’ ମୋତେ ସବୁବେଳେ ମୋର ଭାରତର ଯାତ୍ରାକୁ ମନେ ପକାଇ ଦିଏ। ତାଇୱାନ୍‌ ସହିତ ଚୀନ୍‌ର ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ଜନସାଧାରଣ ତାଇୱାନ୍‌କୁ ଦୃଢ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

Comments are closed.