Latest Odisha News

BREAKING NEWS

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୧୦୪ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୨, ଭଦ୍ରକରୁ ୧, ବରଗଡରୁ ୧, କଟକରୁ ୨, ଜଗତସିଂହପୁରରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, ନବରଙ୍ଗପୁରରୁ ୨, ପୁରୀରୁ ୧, ସମ୍ବଲପୁରରୁ ୨ ଓ ରାଉରକେଲାରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ମୃତ-

୧. ଭୁବନେଶ୍ୱରର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।

୨. ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୩. ଭଦ୍ରକ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୪. ବରଗଡ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. କଟକଙ୍କର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ଡାଇବେଟିସ୍ ରୋଗରେ ପୀଡିତ ଥିଲେ।

୬. କଟକର ଜଣେ ୩୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଜଗତସିଂହପୁରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୮. ଝାରସୁଗୁଡାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ସିଭିଏ, ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୯. କେନ୍ଦ୍ରାପଡା ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।

୧୦. ନବରଙ୍ଗପୁର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୧. ନବରଙ୍ଗପୁର ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୨. ପୁରୀ ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୩. ସମ୍ବଲପୁରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪. ରାଉରକେଲା ର ୪୫ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।

୧୫. ସମ୍ବଲପୁର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

Leave A Reply

Your email address will not be published.