Latest Odisha News

ଚୀନକୁ ବେଖାତିର, ତାଇୱାନ-ସୋମାଲିଆଣ୍ଡ ହାତ ମିଳାଇଲେ

ତାଇପେଇ: ଆମେରିକା, ଭାରତ ସମେତ ଅନ୍ୟ ବଡ ଦେଶଗୁଡିକ ଚୀନ ବିରୁଦ୍ଧରେ ଏକତ୍ର ହେବା ଫଳରେ ତାଇୱାନ, ସୋମାଲିଆଣ୍ଡ ଭଳି ଦେଶଙ୍କ ମନରେ ସାହସ ଭରିଛି । ତାଇୱାନ ଏବେ ଚୀନର ଗୁଣ୍ଡାଗର୍ଦ୍ଦି ବିରୋଧରେ ମୁହଁ ଖୋଲିଛି । ତାଇୱାନ ଏବେ କେବଳ ଚୀନର ଚାପ ଯୋଗୁ ୧୫ ଦେଶ ସହ ସମ୍ପର୍କ ରଖିପାରିଛି । ଯାହା ଫଳରେ ସଂଯୁକ୍ତ ରାଷ୍ଟ୍ରର ସଦସ୍ୟତା ହାସଲ କରିପାରୁ ନାହିଁ ।

ସ୍ୱାଧୀନ ହେବା ପରଠାରୁ ସୋମାଲିଆଣ୍ଡ ସମାନ ପରିସ୍ଥିତି ଦେଇ ଗତି କରୁଥିବାରୁ ଏବେ ଉଭୟ ଦେଶ ପରସ୍ପର ସହ ହାତ ମିଳାଇଛନ୍ତି । ଚୀନ ଏହାକୁ ବିରୋଧ କରୁଥିଲେ ମଧ୍ୟ ଉଭୟ ଦେଶ ଏଥିପ୍ରତି ଗୁରୁତ୍ୱ ନ ଦେଇ ସମ୍ପର୍କ ମଜଭୁତ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେହିପରି ଭାରତ ଚାପରେ ଚୀନ ସେନା ୨ କିମି ପଛକୁ ହଟିଛି ।

Leave A Reply

Your email address will not be published.