Latest Odisha News

ପ୍ରଦୂଷଣ ରୋକିବାକୁ ବିଶ୍ୱପ୍ରସିଦ୍ଧ ‘ତାଜମହଲ’ରେ ଲାଗିଲା ଏୟାର୍ ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଏବେ ପ୍ରଦୂଷିତ ବାୟୁରେ କବଳିତ । ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ଦୁଇଟି ଏୟାର୍ ପ୍ୟୁରିଫାୟର ସଂଯୋଗ କରାଯାଇଛି ।

ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ୟୁପିପିସିବି) ଦ୍ୱାରା ଏହି ଐତିହ୍ୟ କାରୁକାର୍ଯ୍ୟ ସମ୍ପନ୍ନ ତାଜମହଲର ମୁଖ୍ୟ ଗେଟ୍ ନିକଟରେ ଏହି ଏୟାର୍ ପ୍ୟୁରିଫାୟର୍ ଖଞ୍ଜାଯାଇଛି । ୟୁପିପିସିବି ସହିତ ଭୋଡ଼ାଫୋନ ଏବଂ ଆଗ୍ରା ନଗର ନିଗମ ମଧ୍ୟ ଏହି ଏୟାର୍ ପ୍ୟୁରିଫାୟର୍ ସଂଯୋଗୀକରଣରେ ସହଯୋଗ କରିଛନ୍ତି ।

ପ୍ରାୟ ୧୫ ଲକ୍ଷ କ୍ୟୁବିକ୍ ମିଟର ବାୟୁକୁ ଶୁଦ୍ଧତା ରକ୍ଷା କରିବାର କ୍ଷମତା ରହିଛି ଏହି ଦୁଇ ଏୟାର୍ ପ୍ୟୁରିଫାୟର ମେସିନରେ । ତାଜମହଲର ୩୦୦ ମିଟର ପରିଧି ପରିବ୍ୟାପ୍ତ ବାୟୁ ମଣ୍ଡଳରେ ଏହି ଏୟାର୍ ପ୍ୟୁରିଫାୟର୍ ପ୍ରଦୂଷଣ ରୋକିବା ସହିତ ଶୁଦ୍ଧ ବାୟୁ ଚଳାଚଳରେ ସହାୟକ ହୋଇପାରିବ ।

ଏବେ ତାଜମହଲ ପରିସରରେ ବାୟୂ ପ୍ରଦୂଷଣ ରୋକିବାକୁ କିମ୍ବା ଶୁଦ୍ଧବାୟୁ ପରିମାପକ ଯନ୍ତ୍ର ରଖାଯାଇନାହିଁ ।

ତାଜମହଲ ନିକଟବର୍ତ୍ତୀ ସଞ୍ଜୟ ପ୍ୟାଲେସ ଅଞ୍ଚଳର ଏୟାର୍ କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୯୩ ରହିଛି ଯାହାକି ଅତ୍ୟନ୍ତ ନିକୃଷ୍ଟ ଧରଣର । ବାୟୁ ପ୍ରଦୁଷଣ ରୋକିବା ସହିତ ଶୁଦ୍ଧବାୟୁ ଚଳାଚଳ କରିବାରେ ଏବେ ତାଜମହଲ ପରିସରରେ ସହାୟକ ହୋଇପାରିବ ଏହି ଏୟାର୍ ପ୍ୟୁରିଫାୟର୍ ।

Comments are closed.