Latest Odisha News

BREAKING NEWS

୧୧ଟି ଚୋରି ବାଇକ୍ ଜବତ, ୪ ଗିରଫ

ଅନୁଗୁଳ: ଜିଲ୍ଲାରେ ବାଇକ୍ ଚୋରି ମାମଲା ବଢ଼ୁଥିବା ବେଳେ ତାଳଚେର ଆଦର୍ଶ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ଠାରୁ ୧୧ଟି ଚୋରି ବାଇକ୍ ଜବତ କରିଛି ପୋଲିସ । ତାଳଚେର ସହ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଇ କରି ପୋଲିସ ୧୧ଟି ଚୋରି ବାଇକ୍ ଜବତ କରିଛି । ଦୀର୍ଘ ଦିନ ଧରି ତାଳଚେରରେ ବାଇକ୍ ଚୋରି ନେଇ ପୋଲିସରେ ଅଭିଯୋଗ ହୋଇ ଆସୁଥିଲା । ପୋଲିସ ଏହାକୁ ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।

BjdElectrycity

ରେଡ୍ ବେଳେ ପୋଲିସ ବାଇକ୍ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗ୍ୟାଙ୍କର ମୁଖ୍ୟ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଦୋମୁହାଣି ଗାଁର ବିଜୟ ପରିଡ଼ା ଓରଫ ହଟିଆ ସହ ତ୍ରୀନାଥ ରଣା, କେନ୍ଦୁଝର ଜିଲ୍ଲା ତେଳକୋଇ ଥାନା ଅଞ୍ଚଳର ଦେବାଶିଷ ରଣା ଓ ଦୀପକ କୁମାର ରଣା ଗିରଫ ହୋଇଛନ୍ତି । ଏମାନେ ତାଳଚେର ସହ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିଲେ ।

Leave A Reply

Your email address will not be published.