Latest Odisha News

ତାଲିବାନର ଡାକରା; ମହିଳା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଚାକିରୀରେ ଯୋଗ ଦିଅନ୍ତୁ

ଭୁବନେଶ୍ୱର: ଜଟିଳରୁ ଜଟିଳ ହେବାରେ ଲାଗିଛି ଆଫାନିସ୍ତାନର ସ୍ଥିତି । ଆତ୍ମଘାତୀ ବିସ୍ଫୋରଣ ଆଫଗାନ ବାସିନ୍ଦାଙ୍କ ମାନସିକତାକୁ ଦୋହଲାଇଦେଇଛି । ମହିଳାମାନଙ୍କୁ ଘରୁ ନ ବାହାରିବାକୁ କଡା ତାଗିଦ୍ କରିଛି ତାଲିବାନ୍ । ତେବେ ଏପରି ସ୍ଥିତିରେ ମହିଳାଙ୍କୁ ନେଇ ତାଲିବାନର ସଦ୍ୟ ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ କରିଛି ।

“ତାଲିବାନୀମାନେ ମହିଳାଙ୍କୁ ସମ୍ମାନ ଦେଇ ଶିଖିନାହାଁନ୍ତି” କିଛି ଏପରି କହି ମହିଳାଙ୍କୁ ଘରେ ରହିବାକୁ ତାଲିବାନ ହୁକୁମ୍ ଜାରି କରିଥିଲା । କିଛିଦିନ ତଳେ ଶବନମ୍ ଦାଓରାନ୍ ନାମକ ଜଣେ ମହିଳା ସାମ୍ବାଦିକଙ୍କୁ ତାଲିବାନ ଭୟରେ ତାଙ୍କ ଅଫିସରେ ପ୍ରବେଶ ବାରଣ କରାଯାଇଥିଲା । ହେଲେ ଏବେ ଆଫଗାନିସ୍ତାନର ସମସ୍ତ ହସ୍ପିଟାଲର ମହିଳା ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ତାଲିବାନ ଡାକରା ଦେଇଛି । ଏ ନେଇ ଖୋଦ ତାଲିବାନର ପ୍ରବକ୍ତା ସୋହୈଲ ସାହିନ୍ ଏକ ଟୁଇଟ୍ ଜରିଆରେ ଘୋଷଣା କରିଛନ୍ତି ।

ଅନ୍ୟପଟେ ଦେଶରେ ନୂଆ ସୁରକ୍ଷା ବ୍ୟବସ୍ଥା ଜାରି ହୋଇନଥିବାରୁ ମହିଳାମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା ବୋଲି ସୌହେଲ ଜଣାଇଦେଇଛନ୍ତି । ତେବେ ସ୍ଥିତି ଯାହା ବି ହେଉନା କାହିଁକି । ବୋଧ ହୁଏ ତାଲିବାନ ଭାବିବାକୁ ବାଧ୍ୟ ହୋଇଛି, ଯେ ନାଗରିକଙ୍କ ବିନା ସମର୍ଥନରେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ଅସମ୍ଭବ । ଖାସ ଏହି କାରଣରୁ ପ୍ରାଥମିକ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ମହିଳାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିଛି ।

Comments are closed.