Latest Odisha News

BREAKING NEWS

ଆମେରିକାକୁ ଧମକ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ କବଜା କରିବା ପରେ ସୋମବାର ତାଲିବାନ ଆମେରିକାକୁ ଧମକ ଦେଇଛି । ନାଟୋ ଓ ଆମେରିକା ସେନା ଆଫଗାନିସ୍ତାନ ଛାଡି ସାରିଥିଲେ ମଧ୍ୟ ଦେଶରୁ ସୁରକ୍ଷିତ ଭାବେ ଲୋକମାନଙ୍କୁ ଆଣିବା ପାଇଁ କିଛି ସେନା ଏଠାରେ ରହିଛନ୍ତି । କାବୁଲ ବିମାନ ବନ୍ଦରରେ ଥିବା ଏହି ସେନାମାନଙ୍କୁ ୩୧ ଅଗଷ୍ଟ ସୁଦ୍ଧା ଦେଶ ଛାଡିବା ପାଇଁ ତାଲିବାନ ଧମକ ଦେଇଛି । ଅନ୍ୟଥା ପରିସ୍ଥିତି ଭୟାବହ ହେବ ବୋଲି କହିଛି ।

ଆମେରିକା ସେନାଙ୍କୁ ଉପସ୍ଥିତି ଯୋଗୁ ଅନେକ ବ୍ୟକ୍ତି ସୁରକ୍ଷିତ ଅନ୍ୟ ସ୍ଥାନକୁ ଯାଇ ପାରୁଛନ୍ତି । ଏବେ ବି କାବୁଲ ବିମାନ ବନ୍ଦରରେ ଦେଶ ଛାଡିବା ଲୋକଙ୍କ ଗହଳି ଲାଗି ରହିଛି ।

Leave A Reply

Your email address will not be published.