ଓଡିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନର ନାନଗରହାର୍ ଅଂଚଳରେ ତାଲିବାନୀ ଶାସନର ନିର୍ଦୟୀ କାରନାମା । ଏକ ବିବାହ ସମାରୋହରେ ସଙ୍ଗୀତ ବାଜୁଥଲା ବୋଲି ୧୩ ନୀରିହଙ୍କୁ ଗୁଳିବିଦ୍ଧ କରି ହତ୍ୟା କଲା ତାଲିବାନ ।
ଅଫଗାନିସ୍ତାନରେ ତାଲିବାନର ଏପରି ନରସଂହାର ଘଟଣାକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲାହ ସାଲେହ ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସ୍ୱାଧିନ ଆଫଗାନିସ୍ତାନର ରାଷ୍ଟ୍ରପତି ସାଲେହ ପାକିସ୍ତାନକୁ ମଧ୍ୟ ପରୋକ୍ଷ ଭାବେ ଦାୟି କରିଛନ୍ତି । ସାଲେହଙ୍କ ଅନୁଯାୟୀ, ଦୀର୍ଘ ୨୫ ବର୍ଷ ଧରି ତାଲିବାନୀଙ୍କୁ ପାକିସ୍ତାନ ତାଲିମ ଦେଇ ଆଫଗାନିସ୍ତାନ ସଂସ୍କୃତିକୁ ନଷ୍ଟ କରିବା ସହ କବ୍ଜା କରିବା ନେଇ ପ୍ରୋତ୍ସାହିତ କରିଥିଲା । ଏବେ ପାକିସ୍ତାନର ତାଲିମକୁ ତାଲିବାନ ବାସ୍ତବ ରୂପ ଦେଉଛି ।
Taliban militiamen have massacred 13 persons to silence music in a wedding party in Nengarhar. We can’t express our rage only by condemnation. For 25 years Pak trained them to kill Afg culture & replace it with ISI tailored fanaticism to control our soil. It is now in works. 1/2
— Amrullah Saleh (@AmrullahSaleh2) October 30, 2021
ଚଳିତବର୍ଷ ଅଗଷ୍ଟ ୧୫’ରେ ତାଲିବାନ ଆଫଗାନିସ୍ତାନ ଉପରେ କବ୍ଜା କରିଥିଲା । ସେବେଠାରୁ ଏକାଧିକ ଘଟଣାରେ ସଙ୍ଗୀତଜ୍ଞଙ୍କ ଉପରେ ଲଗାତାର ଆକ୍ରମଣ ହୋଇଆସିଛି । ଅଗଷ୍ଟ ମାସର ଶେଷ ଆଡକୁ ଟିଭି ଓ ରେଡିଓରେ ସଙ୍ଗୀତ ତଥା ମହିଳାଙ୍କ କଣ୍ଠରେ ସମସ୍ତ କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ଜାରି କରିଥିଲା । ସେହିଭଳି ସେପ୍ଟେମ୍ବର ୪’ରେ ଆଫଗାନିସ୍ତାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟୁଜିକ ଉପରେ ତାଲିବାନ ଆକ୍ରମଣ କରି ଧ୍ୱସ୍ତ କରିଥିଲା । ତେବେ ସେପ୍ଟମ୍ବର ପହିଲାରେ ଆଫଗାନିସ୍ତାନର ଲୋକଗୀତ ଗାୟକ ଫୱାଦ ଅନ୍ଦରାବିଙ୍କୁ ହତ୍ୟା ମାମଲା ସବୁଠୁ ବର୍ବର କାଣ୍ଡ ଭାବେ ସାମ୍ନାକୁ ଆସିଥିଲା ।
Comments are closed.