Latest Odisha News

BREAKING NEWS

ବିନା ଭକ୍ତରେ ୭ଜଣ ସେବାୟତରେ ମାଆ କାଳୀଙ୍କ ପୂଜା

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ପୂଜାର୍ଚ୍ଚନା ପାଇଁ କଟକଣା । ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ।

ଅନ୍ୟପକ୍ଷରେ ସହରରେ ୧୧ ଟି ପୂଜାମଣ୍ଡପରେ ମାଆ ଶ୍ୟାମା କାଳୀଙ୍କ ମୁର୍ଣମୟୀ ମୂର୍ତ୍ତିଙ୍କର ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ ବେଦମIତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ୱତୀ, ମହାଲଷ୍ମୀ ବେଶରେ ପୂଜାର୍ଚନା ରୀତିନୀତି ଅନୁସାରେ କରାଯିବ ବୋଲି ମାଆଙ୍କ ପୂଜକ କହିଛନ୍ତି ।

ଅନ୍ୟପକ୍ଷରେ ସରକାରଙ୍କ କୋଭିଡ କଟକଣା ଅନୁଯାଇ ବିନା ଭକ୍ତରେ ମାଆ ଭଦ୍ରକାଳୀଙ୍କର ପୂଜାର୍ଚ୍ଚନା ୭ ଦିନ ବ୍ୟାପି ହେବାକୁ ଥିବାବେଳେ ମାତ୍ର ୭ ଜଣ ସେବାୟତଙ୍କୁ ନେଇ ପୂଜାର୍ଚ୍ଚନା କରାଯିବାକୁ ସ୍ଥିର କରାଯାଇଛି । ଏ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

Leave A Reply

Your email address will not be published.