Latest Odisha News

BREAKING NEWS

ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଛି ତାଲିବାନ !

ପଞ୍ଜଶୀର: ପଞ୍ଜଶୀର କବଜା କରିବା ପରେ ତାଲିବାନ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଧିରେ ଧିରେ ପଞ୍ଜଶୀର ଘାଟି ନିରୀହ ଜନତାଙ୍କ ରକ୍ତରେ ଲାଲ ହେଉଛି । ବିବିସି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ତାଲିବାନୀମାନେ ୨୦ ନାଗରିକଙ୍କୁ ହତ୍ୟା କରି ସାରଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଦୋକାନୀ ସାମିଲ ଅଛି ।

ରେଜିଷ୍ଟାନ୍ସ ଫୋର୍ସର ସୈନ୍ୟଙ୍କୁ ସିମ ବିକ୍ରୀ କରିବା ଅଭିଯୋଗରେ ତାଲିବାନମାନେ ତାଙ୍କୁ ହତ୍ୟା କରିଥିଲେ । ୨ ଦିନ ପୂର୍ବରୁ ନଦର୍ଣ୍ଣ ଆଲିୟାନ୍ସ ସେନାରେ ସାମିଲ ହୋଇଥିବା ସନ୍ଦେହରେ ଆଉ ଏକ ଯୁବକକୁ ରାସ୍ତା କଡରେ ଗୁଳି କରି ହତ୍ୟା କରାଯାଇଥିଲା । ବିଭିନ୍ନ ଦେଶ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.