Latest Odisha News

BREAKING NEWS

ଅଶାନ୍ତ ଆଫଗାନିସ୍ତାନ, କାବୁଲ ଦଖଲ କରିବ ତାଲିବାନ

ଆଫଗାନିସ୍ତାନ : ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ତାଲିବାନ । ଯେ କୌଣସି ମୁହୂର୍ତ୍ତରେ ସହରକୁ କବଜା କରିବାର ରହିଛି ସମ୍ଭାବନା । ପଲ-ଇ-ଆଲାମ ସହରକୁ ନିଜ ଦଖଲକୁ ନେଇଛି ତାଲିବାନ । ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଅଶରଫ ଘନିଙ୍କ ଚିନ୍ତା ବଢ଼ିଗଲାଣି । ସେପଟେ ଅମାନବୀୟ ଆକ୍ରମଣ ବନ୍ଦ କରିବା ଲାଗି ତାଲିବାନକୁ ନିର୍ଦ୍ଦେଶ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ସାମରିକ ବଳ ଜରିଆରେ କ୍ଷମତା ଦଖଲ ନୈତିକତା ବିରୋଧୀ ଏହଂ ଦେଶରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଆଫଗାନିସ୍ତାନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ବୋଲି ଜାତିସଂଘ ଆଶଙ୍କା କରିବା ସହ ଏହାର ଏକ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ବ ଦେଇଛି । ସେହିପରି ତାଲିବାନର ମହିଳା ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଜାତିସଂଘ ମହାସଚିବ । ଆଫଗାନିସ୍ତାନରେ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି । ତାଲିବାନ ବିଶେଷ କରି ମହିଳା ଓ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି । ୧୫ ବର୍ଷରୁ ଅଧିକ ଝିଅଙ୍କ ତାଲିକା ପ୍ରଦାନ କରିବା ଲାଗି ତାଲିବାନର ନିର୍ଦ୍ଦେଶ ପରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ସେପଟେ ତାଲିବାନ କାବୁଲର ଚାରିପଟେ ଘେରାବନ୍ଦୀ କରିସାରିଥିବା ବେଳେ ଶହ ଶହ ଶରଣାର୍ଥୀ ଜୀବନ ବିକଳରେ ସହର ଛାଡି ଚାଲିଯାଉଥିବା ଦେଖାଯାଉଛି । ବିଭିନ୍ନ ବିମାନବନ୍ଦରର ସୁରକ୍ଷା ଲାଗି ୩ ହଜାର ଆମେରିକୀୟ ସୈନ୍ୟଙ୍କୁ ମୁତୟନ କରାଯାଉଛି । ଏହାରି ଭିତରେ ବ୍ରିଟେନ, ଜର୍ମାନୀ, ଡେନମାର୍କ ଓ ସ୍ପେନ ନିଜ ନିଜର ଦୂତାବାସ କର୍ମଚାରୀଙ୍କୁ ପ୍ରତ୍ୟାହାର କରି ନେଇଛି । ତେବେ କାବୁଲରେ ଥିବା ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଫେରାଇ ଅଣାଯାଇପାରେ । ଏନେଇ ସରକାର ଚିନ୍ତା କରୁଛନ୍ତି । ସମସ୍ତ ଭାରତୀୟ କର୍ମଚାରୀ ଦୂତାବାସ ଛାଡିବା ଲାଗି ବ୍ୟବସ୍ଥା କରିସାରିଛନ୍ତି ।

Leave A Reply

Your email address will not be published.