ବାରିପଦା : ଦୁଇ ଘଣ୍ଟାର ପ୍ରବଳ ବର୍ଷାରେ ଭାସିଗଲେ ଯୁବକ । ବାଇକ୍ ଯୋଗେ ରାସ୍ତା ପାର ହେଉଥିବା ବେଳେ ବର୍ଷା ପାଣିର ସୁଅରେ ଭାସି ଯାଇଛନ୍ତି ଯୁକକ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ଖୋଜ ଖବର ମିଳିନାହିଁ । ବାରିପଦା ସ୍ଥିତ ବଳରମପୁର ୱାର୍ଡ ନମ୍ବର ୧୭ ସ୍ଥିତ ଜରାଳି ନଦୀରେ ଦୁଇ ଘଣ୍ଟା ଜୋରଦାର ବର୍ଷା ହୋଇଥିଲା । ଫଳରେ ଦୁଇଟି ୱାର୍ଡକୁ ସଂଯୋଗ କରୁଥିବା ଏକ ଛୋଟ ପୋଲରେ ଜଳ ସ୍ତର ବୃଦ୍ଧି ପାଇଥିଲା । ଏହି ସମୟରେ ଜଣେ ଅଜଣା ଯୁବକ ନିଜ ବାଇକରେ ପୋଲ ପାର ହେଉଥିବା ସମୟରେ ପପାଣିର ସୁଅରେ ଭାସି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିଥିଲେ ବି ଯୁବକଙ୍କ କୌଣସି ଖୋଜ ଖବର ମିଳିନି ।
BREAKING NEWS
- ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ
- ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା
- ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା
- ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ
- ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?
- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଭିନ୍ୟୁ ସୁପରଭାଇଜର ଓ ଅବସରପ୍ରାପ୍ତ ଅମୀନ ଗିରଫ
- ଶିବସେନାରେ ସାମିଲ ହେଲେ ଗୋବିନ୍ଦା; କହିଲେ, ‘ବନବାସ ସାରି ରାମ ରାଜ୍ୟକୁ ଫେରିଲି’
- ‘ମୁଁ ମୋ ନିଜ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛି, ଆଉ କାହାକୁ ଗୁରୁତ୍ୱ ଦେଉନାହିଁ’
- ‘ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିବାର କ୍ଷମତା ନାହିଁ’